More News

ବିଦ୍ୟୁତ୍ ତାର ଚୋରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ |

କଟକ ( ଉତ୍କଳ ନ୍ୟୁଜ ). ୨୦-୦୭-୨୦୨୬ : ବିଦ୍ୟୁତ ବିଭାଗରେ କାମ କରୁଛନ୍ତି ସତ ହେଲେ ସମସ୍ତଙ୍କୁ ଚକମା ଦେଖାଇ ତାର ଚୋରି ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି । ଭଦ୍ରେକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବିଦ୍ୟୁତ ସେକ୍ସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୧୧ କେଭିଏ ବିଦ୍ୟୁତ ସହିତ ବିଭିନ୍ନ ସ୍ଥାନରୁ ତାର ଚୋରି କରି କବାଡ଼ିଆକୁ ବିକ୍ରି କରିଥିବା ଅଭିଯୋଗରେ ପୀରହାଟ ପୋଲିସ ସମ୍ପୃକ୍ତ କବାଡିଆ ସମେତ ଏହି ବିଭାଗରେ କାମ କରୁଥିବା ୨ ଜଣ ହେଲପରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୀରହାଟ ପୁରୁଣା ବଜାର ଅଞ୍ଚଳର କବାଡ଼ିଆ ୱାସିକ ରାଜା ସାହାଜୀ, ତିହିଡି ବାରିକବିନ୍ଧା ଗାଁର ଆକାଶ କର ଓ ସୟା ଅଞ୍ଚଳର ଦିଲୀପ ମଳିକ । ପୀରହାଟ ବିଦ୍ୟୁତ ବିଭାଗର ମରାମତି ଦାୟିତ୍ୱରେ ଥିବା ଆକାଶ, ଦିଲୀପ ଓ ଅନ୍ୟମାନେ ସ୍ଥାନୀୟ ଅଞ୍ଚଳରେ ୧୧ କେଭିଏ ବିଦ୍ୟୁତ୍ ତାର ଓ ବିଭିନ୍ନ ଅଞ୍ଚଳର ତାର ଚୋରି କରି ସମ୍ପୃକ୍ତ କବାଡ଼ିଆକୁ ବିକ୍ରି କରିଥିଲେ । ଏ ସମ୍ପର୍କରେ ପୀରହାଟ ସେକ୍ସନର ଯନ୍ତ୍ରୀ ଶ୍ରୀକୃଷ୍ଣ ବେହେରା ଥାନାରେ ଅଭିଯୋଗ କରିବା ପରେ ପିରହାଟ ପୋଲିସ ଏକ ମାମଲା ୧୬୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚୋରି ତାର କିଣିଥିବା ସମ୍ପୃକ୍ତ କବାଡ଼ିଆଙ୍କୁ ଧରିବା ପରେ ସେ ସବୁ ସତ ପୋଲିସକୁ କହିଥିଲା । ପରେ ପୋଲିସ ଉଭୟ ହେଲ୍ପର ଆକାଶ ଓ ଦିଲିପକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନେ ସବୁକଥା ମାନି ଯାଇଥିଲେ । ଉକ୍ତ ଚୋରିରେ ସମ୍ପୃକ୍ତ ପୀରହାଟ ଖେଦରପୁର ଗ୍ରାମର ସୁନିଲ ମହାନ୍ତି ଓ ସୁରତ କୁମାର ମହାଳିକଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...

ଡାକ୍ତରଙ୍କୁ ଗାଳିଗୁଲଜ ଓ ମାଡ ମାରିବା ଅଭିଯୋଗରେ ଯୁବକ ଗିରଫ୍‌ |

କଟକ ( ଉତ୍କଳ ନ୍ୟୁଜ ). ୧୮-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମରଜେନ୍ସି ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ ଓ ମାଡ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ତିହିଡି ହରିପୁର ଗ୍ରାମର କାହ୍ନୁଚରଣ ଜେନାଙ୍କ ପୁଅ ଅଭିମନ୍ୟୁ ଜେନା(୨୬) ବୋଲି ଜଣାଯାଇଛି । ଗିରଫ୍ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରା ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡି ମେଡିକାଲରେ କାର୍ଯ୍ୟରତ ଡାକ୍ତର ସିଦ୍ଧାନ୍ତ କୁମାର ରାଉତଙ୍କ ଅଭିଯୋଗ ଅନୁଯାଇ, ମେଡିକାଲ ଏମାରଜେନ୍ସି ଡ୍ୟୁଟିରେ ଥିବାବେଳେ ଅଭିଯୁକ୍ତ ଅଭିମନ୍ୟୁ ଶୁକ୍ରବାର ରାତି ପ୍ରାୟ ୯ .୪୦ ଘଟିକାରେ ଜଣେ ରୋଗୀଙ୍କୁ ନେଇ ଆସିଥିଲେ । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଅଭିଯୁକ୍ତ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ । ଅଭିଯୁକ୍ତଙ୍କ ମାଡରେ ଡାକ୍ତରଙ୍କ ପେଟ, ପିଠି ଓ ହାତଗୋଡରେ ଗଭୀର ଆଘାତ ହୋଇଛି ଏବଂ ତାଙ୍କର ଚଷମା ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ମେଡିକାଲର କେତେକ ସାମଗ୍ରୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଥାନାରେ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଗିରଫ୍ ଦାବି କରିଥିଲେ । ଜଣେ କାର୍ଯ୍ୟରତ ଡାକ୍ତରଙ୍କ ପ୍ରତି ଏତାଦୃଶ ବ୍ୟବହାର ଜିଲ୍ଲା ତଥା ରାଜ୍ୟର ଡାକ୍ତର ସଂଘ ପକ୍ଷରୁ ତିବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ଗିରଫ୍ ଦାବୀ କରାଯାଇଥିଲା । ଏଭଳି ଅଘଟଣାରେ ପୋଲିସ ତତ୍ପରତା ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତଙ୍କୁ ରାତିରେ ଗିରଫ୍ କରିଥିବା ଜଣାଯାଇଛି । ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଅଭିମନ୍ୟୁ ଜେନାଙ୍କ ବିରୋଧରେ ଏକ ମାମଲା ୨୯୪/୨୬, ବିଏନଏସ ୧୨୬(୨), ୨୯୬, ୧୧୫(୨), ୧୩୨, ୩୫୧(୩) ସହିତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଭଙ୍ଗାରୁଜା କରିବା ଓ ଅନ୍ୟାନ୍ୟ ସଂଗୀନ ଦଫା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାଟି ସଂପ୍ରତି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.
Read More ...

ଟାଙ୍ଗୀ ପୋଲିସ କୁ ସଫଳତା ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ଗିରଫ |

ଟାଙ୍ଗୀ ପୋଲିସ କୁ ସଫଳତା ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ଗିରଫ | କଟକ ( ଉତ୍କଳ ନ୍ୟୁଜ ). ୨୬-୦୬-୨୦୨୬ : ଟାଙ୍ଗୀ ଥାନା କେସ୍ ନଂ- ୧୧୨/୨୦୨୬, ତା. ୦୧.୦୩.୨୦୨୬, ଅଭିଯୋଗକାରୀ ଶ୍ରୀ ଚିତ୍ତରଞ୍ଜନ ସେନାପତି (୫୫), ଗ୍ରାମ- ସାହାସପୁର, ଜିଲ୍ଲା- ଯାଜପୁରଙ୍କ ଲିଖିତ ଏତଲା ଆଧାରରେ ରୁଜୁ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାର ସଫଳ ତଦନ୍ତ କରି ଟାଙ୍ଗୀ ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି। ତା. ୨୫.୦୨.୨୦୨୬ ରାତି ପ୍ରାୟ ୨.୪୦ ମିନିଟ୍ ସମୟରେ ଟାଙ୍ଗୀ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଜାତୀୟ ରାଜପଥ-୧୬ ଅତିକ୍ରମ କରୁଥିବା ବେଳେ ଡ୍ରିମ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର **ସୌମ୍ୟ ରଞ୍ଜନ ସେନାପତି (୧୮)**ଙ୍କୁ ଏକ ଧଳା ରଙ୍ଗର କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଟାଙ୍ଗୀ ପୋଲିସ ସିସିଟିଭି ଫୁଟେଜ୍ ଏବଂ ଟୋଲ୍ ପ୍ଲାଜାର ରେକର୍ଡ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ କାର DL-3CCA-3383କୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ତଦନ୍ତରେ ଗାଡ଼ିର ଚାଳକ ଓ ମାଲିକ ସଞ୍ଜୟ କୁମାର ସାହୁ (୪୯), ସମେଇଗାଡ଼ିଆ, ରସୁଲଗଡ଼, ଜିଲ୍ଲା- ଖୋର୍ଦ୍ଧାଙ୍କୁ ଚିହ୍ନଟ କରି ତାଙ୍କ ବାସଭବନରୁ ଦୁର୍ଘଟଣାଗ୍ରସ୍ତ କାର, ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକ କାଗଜପତ୍ର ଜବତ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଦୁର୍ଘଟଣା ଘଟାଇଥିବା ସ୍ୱୀକାର କରିଥିଲେ। ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଉକ୍ତ ଗାଡ଼ିର କୌଣସି ବୈଧ ବୀମା (Insurance) ନଥିଲା। ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୮୧/୧୦୬(୧) ଭାରତୀୟ ନ୍ୟାୟ ସଂହିତା (BNS) ସହ ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୬ ଅନୁଯାୟୀ ମାମଲା ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ମାନ୍ୟବର JMFC, ଟାଙ୍ଗୀ-ଚୌଦ୍ୱାର ଅଦାଲତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଏବଂ ହିଟ୍ ଆଣ୍ଡ ରନ୍ ଘଟଣା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
Read More ...

ବନ୍ତ ପୋଲିସ ହାତରେ ଦୁଇ ଆନ୍ତଃଜିଲ୍ଲା ଲୁଟେରା: ବାଇକ୍, ମୋବାଇଲ ସହ ଛେଳି ଜବତ୍।

କଟକ ( ଉତ୍କଳ ନ୍ୟୁଜ ) ୨୫-୦୬-୨୦୨୬ ଭଦ୍ରକ ଜିଲ୍ଲା ବନ୍ତ ପୋଲିସ୍ ଦ୍ବାରା ଦୁଇ ଆନ୍ତଃଜିଲ୍ଲା ଲୁଟେରା ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ୍, ମୋବାଇଲ ଓ ଛେଳି ଜବତ । ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ, ମୋବାଇଲ୍ ଏବଂ ଛେଳି ଛିନତାଇ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ବନ୍ତ ଥାନା ନିକଟସ୍ଥ ହାଟରେ ଜଣେ ବ୍ୟକ୍ତି ପରିବା କିଣୁଥିବା ସମୟରେ ଏହି ଲୁଟେରାମାନେ ତାଙ୍କ ପକେଟ୍‌ରୁ ମୋବାଇଲ୍ ଛିନତାଇ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଲୁଟେରାଙ୍କୁ କାବୁକରି ଥାନାକୁ ଆଣିଥିଲା। ଥାନାରେ ଜେରା ବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ମୋଟର ସାଇକେଲ ଏବଂ ଛେଳିକୁ କେନ୍ଦୁଝର ଜିଲ୍ଲା ସୋସୋ ଥାନା ବଣିଆପଙ୍କ ଅଞ୍ଚଳରୁ ଚୋରି କରିଥିବା ସ୍ୱିକାର କରିଛନ୍ତି। ଏହି ଘଟଣାରେ ବନ୍ତ ଥାନାରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରା ଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ବୈତରଣୀ ଅଞ୍ଚଳର ୧୯ ବର୍ଷୀୟ କ୍ରିଷ୍ଣା ଦାସ ଏବଂ କାହ୍ନା ଦାସ। ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି। ଭଦ୍ରକରୁ ସଂଜୟଦାସଙ୍କରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମହିଳାଙ୍କୁ ଦୁର୍ବ୍ୟବହାର ଓ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ୍ |

କଟକ ( ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଥାନା ବାରିକବିନ୍ଧା ଗ୍ରାମର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ସହିତ ତାଙ୍କ ବୃଦ୍ଧ ଶ୍ୱଶୁରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଜଣେ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ସେହି ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ପୁଅ ସରୋଜ ରାଉତ ବୋଲି ଜଣାଯାଇଛି । ତାଙ୍କ ବିରୋଧରେ ତିହିଡି ଥାନା କେଶ ନମ୍ବର ୨୦୨/୨୬, ଦଫା ୧୨୬(୨), ୧୧୫(୨), ୨୯୬, ୩୫୧(୩) ୭୪, ୭୬ ଓ ୩(୫) ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି । ସୁନିଲ ରାଉତଙ୍କ ସ୍ତ୍ରୀ କ୍ରିଷ୍ଣାରାଣୀ ନାୟକଙ୍କ ଅଭିଯୋଗ ମୁତାବକ, ଗତ ୧୯ ତାରିଖ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଅପରପକ୍ଷ ସରୋଜ ରାଉତ ଘର ସାମନାରେ ଛିଡା ହୋଇ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳଗୁଲଜ୍ କରିଥିଲେ । ଏପରିକି କବାଟକୁ ଧକ୍କା ଓ ଗୋଇଠା ମାରି “ଘରୁ ବାହାରିଆ ନଚେତ୍ ନିଆଁ ଲଗେଇ ଦେବି” ବୋଲି ଧମକ ଦେଇଥିଲା । ପରେ ଘରର ବିଦ୍ୟୁତ୍ ତାର କାଟି ଦେବାକରୁ କ୍ରିଷ୍ଣାରାଣୀ ଦାଣ୍ଡକୁ ପଳେଇ ଆସିବାରୁ ତାଙ୍କ ଚୁଟିକୁ ଧରି ଧକ୍କା ଓ ଗୋଇଠା ମାରିବା ସହ ଶାଢୀ ଓ ବ୍ଲାଉଜକୁ ଚିରି ଦେଇଥିଲା । ଶେଷରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାର ଧମକ ଦେଇଥିଲା । ଘଟଣାକୁ ନେଇ କ୍ରିଷ୍ଣାରାଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ଥାନାକୁ ଡକା ଯାଇଥିଲା ମାତ୍ର ଅପରପକ୍ଷ ନଯିବାରୁ ସେ ନିରାଶ ହୋଇ ଫେରିଥିଲେ । ପରେ ଗତ ୨୦ ତାରିଖ ରାତିରେ କ୍ରିଷ୍ଣାରାଣୀଙ୍କ ଶ୍ୱଶୁର ନିମାଇଁ ଚରଣ ରାଉତ(୬୯) ତିହିଡିରୁ ଘରକୁ ଫେରୁଥିବା ବେଳେ କଲେଜ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ସରୋଜ ରାଉତଙ୍କ ସମେତ ଗୌରାଙ୍ଗ ରାଉତ ଓ ରଞ୍ଜନ ରାଉତ ସଂଘବଦ୍ଧ ଭାବରେ ତାଙ୍କୁ ଅଟକାଇ ପ୍ରଥମେ ଗାଳିଗୁଲଜ କରିଥିଲେ । ଧକ୍କା ଓ ଗୋଇଠା ମାରିବା ସହିତ “ତୋ ପୁଅକୁ ଯେପରିଭାବେ ମିଥ୍ୟା କେଶରେ ଫସେଇ ଜେଲ ପଠେଇଛୁ ଠିକ୍ ସେହିପରି ତୋର ଅବସ୍ଥା କରାଯିବ” ବୋଲି କହିବା ସହ ତାଙ୍କୁ ଲୁହା ରଡ୍ ଓ ମାରଣାସ୍ତ୍ରରେ ପିଟିଥିଲେ । ପରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ସହ ଆଖିପତାକୁ ପିଟି ରକ୍ତାକ୍ତ କରି ଦେଇଥିଲେ । ପୂନଶ୍ଚ କ୍ରିଷ୍ଣାରାଣୀ ୨୧ ତାରିଖରେ ଥାନାରେ ଦ୍ୱାରସ୍ଥ ହେବାପରେ ପୋଲିସ ପକ୍ଷରୁ ୨୩ ତାରିଖରେ ମାମଲା ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ବ୍ରାଉନ୍‌ସୁଗାର ସହ ବାଇକ ଓ ମୋବାଇଲ ଜବତ, ୩ ଗିରଫ |

କଟକ (ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ନୂଆନନ୍ଦ-ହାଟୁଆରୀ ଗ୍ରାମ ରାସ୍ତାରେ ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ ଓ ୩ଟି ମୋବାଇଲ ପୋଲିସ ଜବତ କରିଛି । ଏହି ଘଟଣାରେ ଏକ ମାମଲା ୨୦୧/୨୬) ରୁଜୁ ହୋଇଥିବା ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ଥାନା ପରିସରରେ ଅୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାସୁଦେବପୁର ଥାନା ଅଧୀନ ଉରୁଣିଆ ଗ୍ରାମର ମନୋଜ କୁମାର ଦାସ, ଲୁଙ୍ଗାଉରୁଣିଆ ଗ୍ରାମର ଶିବ ସୂତାର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚାରିଘରିଆ ଗ୍ରାମର ଗୀତାରାଣୀ ବେହେରା । ଅତିରିକ୍ତ ଏସପି ବେହେରାଙ୍କ ସୂଚନା ଅନୁଯାଇ ସେଦିନ ୩ଜଣ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପେଟ୍ରୋଲିଙ୍ଗରେ ଥିବା ଏସଆଇ ପ୍ରକାଶ ନାୟକ ଓ କେତେକ କନେଷ୍ଟବଳ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ । ପରେ ଆଇଆଇସି ନାୟକ ଘଟଣାସ୍ଥଳରେ ପହଞ୍ôଚସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଗୀତାରାଣୀ ଦୀର୍ଘ ୧୫ବର୍ଷ ହେଲା ଏହି କାରବାରରେ ସମ୍ପୃକ୍ତ ଥିବାବେଳେ ତାଙ୍କ ନାଁରେ ୨ଟି ଅବକାରୀ ମକଦ୍ଦମା ରହିଛି ଏବଂ ତାଙ୍କ ବେଆଇନ ନିଶା କାରବାର ଚେର ବିଭିନ୍ନ ଜିଲାକୁ ବ୍ୟାପିଥିବା ସୂଚନା ଦିଆଯାଇଛି । ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ବେହେରା କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମହିଳାଙ୍କ ଖୁଲନ୍ତା ମୃତଦେହ ଜବତ ଘଟଣାରେ ଅଭିଯୁକ୍ତ ଗିରଫ |

କଟକ ( ଉତ୍କଳ ନ୍ୟୁଜ ) ୯-୦୫-୨୦୨୬ : ମହିଳାଙ୍କ ଖୁଲନ୍ତା ମୃତଦେହ ଜବତ ଘଟଣାରେ ଅଭିଯୁକ୍ତ ଗିରଫ । ଭଦ୍ରକ ଜିଲ୍ଲା ତିହିଡି଼ ଥାନା ବୋଡ଼କ ପଞ୍ଚାୟତ ଅଧୀନ ନାନ୍ଦୋର ଗ୍ରାମର ସୋନାଲିକା ଜେନା (୪୩) ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଗତ ମାସ ୨୬ତାରିଖରେ ତିହିଡି଼ ପୋଲିସ ଜବତ କରିଥିଲା । ତେବେ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଶ୍ୱଶୁର ସୁରେନ୍ଦ୍ର ଜେନା ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା (ନଂ ୧୪୬/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଥିଲା । ଇତି ମଧ୍ୟରେ ଏଏସପି ପାର୍ଥ ଜଗଦୀଶ କାଶ୍ୟପ ଓ ତିହିଡି ଆଇଆଇସି ଲୋପାମୁଦ୍ରା ନାୟକ ଘଟଣା ସ୍ଥଳକୁଯାଇ ତଦନ୍ତ କରିଥିଲେ । ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ଏହି ହତ୍ୟା ଘଟଣାରେ ସେହି ଗ୍ରାମର ପ୍ରକାଶ କୁମାର ଯେନା (୩୨)ନାମକ ଜଣେ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ, ତାଙ୍କ ପରିବାର ସହିତ ପଡ଼ୋଶୀଙ୍କର ଗଣ୍ଡଗୋଳ ହେବା ନେଇ ଶତ୍ରୁତା ଉପୁଜିଥିଲା । ପରେ ଏହାର ସମାଧାନ ହୋଇଥିଲେ ମଧ୍ୟ ଆଭ୍ୟନ୍ତରିଣ ବିବାଦ ଲାଗି ରହିଥିଲା । ଅଭିଯୁକ୍ତ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ଗଛରେ ଝୁଲାଇ ଦିଆ ଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଯାହାକୁ ଆଧାର କରି ପୋଲିସ ତଦନ୍ତ କରିବା ସହିତ ଏପରି ସଫଳତା ହାସଲ କରିଥିବା ଜଣାଯାଇଛି । ତିିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ |

କଟକ (ଉତ୍କଳ ନ୍ୟୁଜ ) ୨୩ -୦୪-୨୦୨୬ : ଜୁନାଗଡ଼ ସହରରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ଭାରତର ମହାନ ସମ୍ବିଧାନ ନିର୍ମାତା, ସମାଜ ସୁଧାରକ ଓ ଦଳିତ ମହାନାୟକ ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ବୁଧବାର ଦିନ ଅତ୍ୟନ୍ତ ଧୁମଧାମ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଜୁନାଗଡ଼ ସହରକୁ ଉତ୍ସବମୁଖର କରିଥିଲା।ଏହି ଅବସରରେ ସନ୍ଧ୍ୟା ୪ ଟାରୁ ସହରର ବିଭିନ୍ନ ସ୍ଥାନରେ ଭୀମ ପ୍ରେମୀମାନେ ଏକତ୍ରିତ ହୋଇଥିଲେ। ପରେ ସ୍ଥାନୀୟ ହିଞ୍ଜିଳିବାହିଲି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା (ରେଲି) ଆୟୋଜନ କରାଯାଇଥିଲା। ଏହି ରେଲିରେ ଶହ ଶହ ଯୁବକ, ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧମାନେ ଭାଗ ନେଇଥିଲେ। ସେମାନେ “ଜୟ ଭୀମ”, “ବାବା ସାହେବ ଅମର ରହୁନ୍ତୁ” ଇତ୍ୟାଦି ନାରା ଦେଇ ସମଗ୍ର ପରିବେଶକୁ ଦୋହଲାଇ ଦେଇଥିଲେ। ବାଜା, ଢୋଲ, ଡିଜେ ଓ ସାଂସ୍କୃତିକ ସଙ୍ଗୀତର ଧ୍ୱନିରେ ରେଲିଟି ଆକର୍ଷଣୀୟ ହୋଇଥିଲା,ଶୋଭାଯାତ୍ରାଟି ସହରର ପ୍ରମୁଖ ସଡ଼କ ଦେଇ ପରିକ୍ରମା କରି ନୁଆ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମା ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମସ୍ତ ଭୀମ ପ୍ରେମୀମାନେ ପ୍ରତିମାରେ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଏକ ସାର୍ବଜନୀନ ସଭା ଆୟୋଜିତ ହୋଇଥିଲା।ସଭାରେ ନରେନ୍ଦ୍ର କ୍ଷିତି ଓ ପ୍ରେମଲାଲ ବାଗ, ଦକ୍ଷତା ସହିତ ପରିଚାଳନା କରିଥିବା ବେଳେ,ସମ୍ମାନୀୟ ଅତିଥି ଭାବେ ଉଦ୍ଧବ ଚରଣ ସାହୁ, ଭବସିନ୍ଧୁ ମଙ୍ଗରାଜ,ଦୁର୍ଗା ପ୍ରସାଦ ନାଏକ,ବିଶ୍ୱନାଥ କର, ହିମାଦ୍ରୀ ସିନ୍ଦୂର ଓ ଚମ୍ପକ ଅଗ୍ରୱାଲ ବଳଜୀ ଯାଦବ, ରାଜେଶ ଅଗ୍ରୱାଲ,ଅଶୋକ ଅଗ୍ରୱାଲ,ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ବାବା ସାହେବଙ୍କ ଜୀବନୀ, ତାଙ୍କର ସଂଘର୍ଷମୟ ଜୀବନ ଓ ସମାଜ ପାଇଁ ତାଙ୍କର ଅପୂର୍ବ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ସମାନତା, ଶିକ୍ଷା, ଅଧିକାର ସଚେତନତା ଓ ସାମାଜିକ ନ୍ୟାୟ ପାଇଁ ବାବା ସାହେବଙ୍କ ଦୃଷ୍ଟିକୋଣକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।ଏହା ଦ୍ୱାରା ଉପସ୍ଥିତ ଲୋକମାନେ ପ୍ରେରିତ ହୋଇଥିଲେ।ସମିତିର କର୍ମକର୍ତ୍ତା ପୁର୍ନେନ୍ଦୁ ମାଝୀ, ମିନୁ କନ୍ଦ ପାନ, ସୁଶାନ୍ତ ନାଏକ, ରତନ ଧଂଗଡା ମାଝୀ,ଧରଣୀ ଭୋଇ,ଅଞ୍ଜନ କ୍ଷିତି, ଘାସିରାମ କ୍ଷିତି,ବିଜେନ୍ଦ୍ର କ୍ଷିତି,ଭଜନ କ୍ଷିତି, ଶିବ ମହାନନ୍ଦ, ଗୌରାଙ୍ଗ ମାଝୀ,ବୀରେନ୍ଦ୍ର ବାଗ, ଗୌରବ ନାଏକ ଏବଂ ମିଡ଼ିଆ ସେଲ ରୁ ରବିଶଙ୍କର ସୁନାନୀ, ସୁନ୍ଦରମୋହନ ଛତ୍ରିଆ, କୁମରମଣୀ ଦୁର୍ଗା, ଭୋକର୍ଧନ ଧଙ୍ଗଡ଼ାମାଝି, ଆଦିତ୍ୟ ମହାନ୍ତି ଏବଂ ବ୍ୟମୋକେଶ ପୁରୋହିତ ଙ୍କ ସମେତ , ସେବକ ଓ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସ୍ଥାନୀୟ ପୋଲିସ ସହଯୋଗରେ ସଫଳ ଭାବେ ସମାପ୍ତ ହୋଇଥିଲା। ଏହି ମହାନ ଅବସରରେ ଜୁନାଗଡ଼ ସହର ସହିତ ଆଖ ପାଖ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ଭୀମ ପ୍ରେମୀ ଉପସ୍ଥିତ ରହି ବାବା ସାହେବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,ସମଗ୍ର କାର୍ଯ୍ୟକ୍ରମ ଜୁନାଗଡ଼ରେ ସାମାଜିକ ସଚେତନତା, ଏକତା ଓ ଭାଇଚାରାର ଏକ ଉଜ୍ଜ୍ୱଳ ଦୃଶ୍ୟ ପ୍ରଦର୍ଶନ କରିଥିଲା, ଯାହା ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ଯୋଗାଇବ । କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...

ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ଉଦ୍‌ଘାଟନ |

କଟକ ( ଉତ୍କଳ ନ୍ୟୁଜ ) ଅନୁଗୋଳରେ ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ର ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଅନୁଗୋଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ସଦା ଅନନ୍ୟ ରହିଛି ଏବଂ ଏହି ମହୋତ୍ସବ ଏହି ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗର୍ବକୁ ଆହୁରି ମଜବୁତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୋଳ ଜିଲ୍ଲା ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ହୋଇ ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ସୁଦୃଢ ମିଶ୍ରଣ ଭାବେ ଉଭା ହୋଇଛି। ସାତକୋଶିଆ ଅଞ୍ଚଳ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଏବଂ ପର୍ବତମାଳା, ଅନୁଗୋଳ ଜିଲ୍ଲା ପର୍ଯ୍ୟଟନା ଶିଳ୍ପ ବିକାଶରେ ଗୁରୁତ୍ୱ ରଖୁଥିବାବେଳେ, ନାଲକୋ, ଏମସିଏଲ୍ ଓ ଏନ୍‌ଟିପିସି ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଏହି ଜିଲ୍ଲାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି। ସେ କହିଥିଲେ ଯେ ଅନୁଗୋଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ଏହାର ପ୍ରକୃତ ଶକ୍ତି। ଶୈଳ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ପୀଠ, ମା ହିଙ୍ଗୁଳା ପୀଠ ସହିତ ବିଭିନ୍ନ ପୂଜାସ୍ଥଳୀ ଏହି ଅଞ୍ଚଳର ଧାର୍ମିକ ଐତିହ୍ୟକୁ ଶକ୍ତିଶାଳୀ କରିଛି। ସ୍ଥାନୀୟ ଯାତ୍ରା, ଲୋକନୃତ୍ୟ ଓ ଲୋକଗୀତ ଅନୁଗୋଳର ସାଂସ୍କୃତିକ ଚିହ୍ନଟକୁ ଆହୁରି ଉଜାଗର କରୁଛି। ମୁଖ୍ୟମନ୍ତ୍ରୀ ଅନୁଗୋଳର ଐତିହାସିକ ଅବଦାନକୁ ସ୍ମରଣ କରି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ନୃସିଂହ ରାୟଗୁରୁ ଓ ରାଧାମୋହନ ଗଡନାୟକଙ୍କ ଭଳି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ ଏହି ଜିଲ୍ଲାର ସଂଗ୍ରାମ ଓ ସେବା ଭାବନା ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ରହିଛି। ଶିଳ୍ପ ଓ ଉର୍ଜା କ୍ଷେତ୍ରରେ ଅନୁଗୋଳର ଭୂମିକାକୁ ଉଲ୍ଲେଖ କରି ସେ କହିଥିଲେ ଯେ ବିସ୍ତୀର୍ଣ୍ଣ କୋଇଲା ଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ଏହି ଜିଲ୍ଲା ରାଜ୍ୟର ଶକ୍ତି କେନ୍ଦ୍ର ଭାବେ ପରିଚିତ ହେଉଛି। ତାଳଚେରରେ ପ୍ରସ୍ତାବିତ Integrated Surface Coal Gasification Plant ଭବିଷ୍ୟତରେ ଉର୍ଜା ସୁରକ୍ଷା ଓ ନିଯୁକ୍ତି ସୃଷ୍ଟିରେ ନୂଆ ଦିଗ ଖୋଲିବ ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ ପାରାଦୀପରୁ ରାଉରକେଲା ପର୍ଯ୍ୟନ୍ତ ଏକ ବିଶାଳ ଶିଳ୍ପ କରିଡର ଗଠନ ଯୋଜନା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ ଏବଂ ଏହାର କେନ୍ଦ୍ରସ୍ଥଳ ଭାବେ ଅନୁଗୋଳ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ ପୂର୍ବବର୍ଷ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ପରେ, ଏହି ବର୍ଷ ମଧ୍ୟ ଅନୁଗୋଳ ପାଇଁ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ସଡ଼କ, ସେତୁ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଅଙ୍ଗନବାଡ଼ୀ, ଛାତ୍ରାବାସ ଓ କ୍ରୀଡ଼ା ଭିତ୍ତିଭୂମି ସମ୍ମିଳିତ ଅଛି, ଯାହା ଜିଲ୍ଲାର ସମଗ୍ର ବିକାଶକୁ ସୁନିଶ୍ଚିତ କରିବ। ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା , କନ୍ୟା ବିବାହ ଯୋଜନା ଓ କନ୍ୟା ସୁମଙ୍ଗଳ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ କୃଷକ, ମହିଳା, ଯୁବ ଓ ଗରିବ ବର୍ଗଙ୍କ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ଅବସରରେ ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଗୋଳ ବାସୀଙ୍କ ପାଇ ବିକାଶର ନକ୍ସା ପ୍ରସ୍ତୁତ କରିଛନ୍ତି । ଶିଳ୍ପ ଖାଦାନ ରତ୍ନଗର୍ଭା ଅନୁଗୋଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଜଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇ କହିଥିଲେ ଯେ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ଯାହାବି ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି ।
ତେଣୁ ରାଜ୍ୟସରକାରଙ୍କୁ ଅନୁଗୋଳ ଜିଲ୍ଲା ରାଜସ୍ୱ ଦେବାରେ ନିଶ୍ଚୟ ସହାୟକ ହେବ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ରତାର ସହ ଅଞ୍ଚଳବାସୀ ଭୋଗୁଥିବା ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବା ପାଇ ଅନୁରୋଧ କରିଥିଲେ । ସେ ପବିତ୍ର ମୋହନ ମେଡିକାଲ କଲେଜରେ ଆହୁରି ଅଧିକ ଡାକ୍ତର କିପରି ନିଯୁକ୍ତ ହେଇପାରିବେ ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଥିଲେ ଏହି ଅବସରରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଓ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ସଭା ଶେଷରେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Read More ...

ଭଗବତୀ ବାଳିକା ଶିକ୍ଷାୟତନର ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା |

କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : ଜଣେ ଶିକ୍ଷୟିତ୍ରୀଙ୍କର ଅବସର ନଥାଏ । ଚାକିରୀରେ ଥିବା ବେଳେ ବା ଅବସରଗ୍ରହଣ କରିବା ପରେ ବି ତାଙ୍କ ଭିତରେ ଶିକ୍ଷା ପ୍ରଦାନ କରିବାର ଆନ୍ତଃ ପ୍ରେରଣା ଥାଏ ବୋଲି ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଭଗବତୀ ବାଳିକା ଶିକ୍ଷାୟତନର ଶିକ୍ଷୟିତ୍ରୀ ଜୟନ୍ତୀ ଖୁଣ୍ଟିଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି, ତିହିଡ଼ି ବ୍ଲକ ଓଷ୍ଟା ସଂଘର ସମ୍ପାଦକ ବିଶ୍ୱନାଥ ପଣ୍ଡା ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ଅମରନାଥ ଶତପଥି, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରଘୁନାଥ ପଶୁପାଳକ, ସମାଜସେବୀ ଅମର ନାୟକ, ଶିକ୍ଷକ ଅଭୟ ସାମଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ଖୁଣ୍ଟିଆ ଛାତ୍ରୀମାନଙ୍କୁ ଉଭୟ ମା’ ଓ ଶିକ୍ଷୟିତ୍ରୀର ସ୍ନେହ ପ୍ରଦାନ କରିଆସୁଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜଶ୍ରୀ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, ମନୋରମା ଦାସ ଅତିଥି ପରିଚୟ ଓ ବିମଳା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟନ୍ତୀ ଖଣ୍ଟିଆଙ୍କୁ ମାନପତ୍ର, ଉପଢ଼ୌକନ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାଞ୍ଚଞ୍ଚନ ରାଉଳ, ମହେଶ୍ୱର ସାହୁ, କୈଳାଶ ଚନ୍ଦ୍ର ବାରିକ, ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ରଶ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ବିଶ୍ୱ ପଖାଳ ଦିବସ ଅବସରରେ ରାଜ୍ୟସ୍ତରୀୟ ପଖାଳ ପରବ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ପଖାଳ ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ ପଖାଳ ପରବ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଖାଳକୁ କେବଳ ଏକ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ।ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ କେବଳ ଗରିବର ଖାଦ୍ୟ ନୁହେଁ, ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଟଙ୍କ ତୋରାଣି ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ଭଗବାନଙ୍କ ପାଖରେ ଏହି ସରଳ ଖାଦ୍ୟର ଅର୍ପଣ ଦର୍ଶାଏ ଯେ ସାଧାରଣ ଜୀବନଶୈଳୀ କେତେ ଶୁଦ୍ଧ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ଜିରୋ ୱେଷ୍ଟ ଖାଦ୍ୟ।ପଖାଳର ପ୍ରୋ- ବାୟୋଟିକ ଗୁଣ ବିଷୟରେ କହି ମୁଖ୍ୟମନ୍ତ୍ରୀ ପଖାଳରେ ଥିବା ହିତକର ଜୀବାଣୁ, ଯାହା ଦେହରେ ଥିବା ଅନିଷ୍ଟକାରି ଜୀବାଣୁଙ୍କୁ ମାରି ଦେଇ ଥାଆନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ। ସେ କହିଥିଲେ ଯେ, ବିଶ୍ୱ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉ ନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଦିନକୁ ଗର୍ବର ସହିତ ପାଳନ କରୁଛନ୍ତି। ପଖାଳ, ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି। ଏହା ଆମକୁ ଗର୍ବିତ କରୁଛି ଯେ ଆମର ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚି ପାରୁଛି।
ପଖାଳ ପରବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ । ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱରେ, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମର ମୂଳ ସହିତ ମଧ୍ୟ ଯୋଡି ହୋଇରହିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପଖାଳ ଦିବସ ଆଜି ଆମ ସରକାରଙ୍କ ବିକଶିତ ଓଡ଼ିଶା ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର, ସମେତ ୧୫ ଟି ରାଜ୍ୟରୁ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ (Chef) ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶେଷକରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଖାଳ, ଅବହେଳିତ ସମ୍ପ୍ରଦାୟ (underprivileged community ) ର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାନ୍ଥନିବାସ ଠାରେ ସମସ୍ତ ଅତିଥି ମାନଙ୍କ ସହ ଓଡ଼ିଆ ଖାଦ୍ୟ ମେଳା ବୁଲି ଦେଖିଥିଲେ ଏବଂ ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କ ସହ ପଖାଳ ଖାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି, ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିବା ବେଳେ ବିଧାୟକଗଣ ଏବଂ ବିଶେଷ ଅତିଥିଗଣ ଉପସ୍ଥିତ ଥିଲେ।

Read More ...

ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ |

କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୬: ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ ହୋଇଯାଇଛି। ଶ୍ରୀ ବ୍ରିଜେଶ ରାୟ, ଡିଆଇଜି (ପଶ୍ଚିମାଞ୍ଚଳ)ଏହି ଚାମ୍ପିୟାନସିପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟ ଅତିଥି ଶ୍ରୀ ରାୟ କହିଥିଲେ ଯେ, ଏପରି ଚାମ୍ପିୟନସିପ୍‌ ଆୟୋଜନ ଯୋଗୁଁ ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ସୁଦୃଢ଼ କରେ। ରାଜ୍ୟର ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ପୋଲିସ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ସୃଷ୍ଟି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଚାମ୍ପିୟାନସିପରେ ସାରା ରାଜ୍ୟରେ ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୧୪ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୩୨୦ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ମୋଟ ୧୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପୁଲ୍–ଏ ରେ ଚତୁର୍ଥ ଓଏସଏପି, ରାଉରକେଲା ଓ କମିଶନରେଟ ବି ମଧ୍ୟରେ ଖେଳ ୨–୨ ଗୋଲରେ ଡ୍ର ରହିଥିବା ବେଳେ ସୁନ୍ଦରଗଡ଼ ସମ୍ବଲପୁରକୁ ୪–୦ ଗୋଲରେ ଏବଂ ଚତୁର୍ଥ ଓଏସଏପି, ରାଉରକେଲା ସମ୍ବଲପୁରକୁ ୭–୦ ଗୋଲରେ ପରାଜିତ କରିଥିଲା। ସେହିପରି ସୁନ୍ଦରଗଡ଼ କମିଶନରେଟ ବି କୁ ୨–୧ ଗୋଲରେ ପରାଜିତ କରିଥିଲା। ପୁଲ୍–ବି ରେ ଷଷ୍ଠ ଓଏସଏପି, କଟକ ଓଆଇଏସଏଫ୍, ଭୁବନେଶ୍ୱରକୁ ୪–୦ ଗୋଲରେ ଏବଂ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୯–୦ ଗୋଲରେ ପରାଜିତ କରିଥିଲା। ଅନ୍ୟ ମ୍ୟାଚ୍‌ରେ ଚତୁର୍ଥ ଆଇଆରବିଏନ୍, ଦେଓଗଡ଼ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୩–୦ ଗୋଲରେ ହରାଇଥିବା ବେଳେ ଓଆଇଏସଏଫ୍, ଭୁବନେଶ୍ୱର ସହିତ ଖେଳ ୨–୨ ଗୋଲରେ ଡ୍ର ରହିଥିଲା। ପୁଲ୍–ସି ରେ ପୁରୀ ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୨–୦ ଗୋଲରେ ପରାଜିତ କରିଥିଲା। ରାଉରକେଲା ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୭–୦ ଗୋଲରେ ଏବଂ ପୁରୀକୁ ମଧ୍ୟ ୭–୦ ଗୋଲରେ ପରାଜିତ କରି ଦୃଢ଼ ପ୍ରଦର୍ଶନ କରିଥିଲା। ପୁଲ୍–ଡି ରେ କମିଶନରେଟ ‘ଏ’ ଦଳ ତୃତୀୟ ବାଟାଲିୟନ, କୋରାପୁଟକୁ ୪–୧ ଗୋଲରେ ଏବଂ କୋରାପୁଟ ଜିଲ୍ଲାକୁ ୭–୧ ଗୋଲରେ ପରାଜିତ କରିଥିବା ବେଳେ ତୃତୀୟ ବାଟାଲିୟନ, କୋରାପୁଟ, କୋରାପୁଟ ଜିଲ୍ଲା ପୋଲିସ କୁ ୩–୦ ଗୋଲରେ ହରାଇଥିଲା। ଏହି ଚାମ୍ପିୟାନସିପର ଉଦଘାଟନୀ ସମାରୋହରେ ରତନ କୁମାର, ଡିଆଇଜି, ସିଆଇଏସଏଫ୍‌, ଶ୍ରୀ ନିତେଶ ୱାଧୱାନୀ , ଏସ୍‌ପି, ରାଉରକେଲା, ଶ୍ରୀମତୀ ଅମୃତପାଲ କୌର, ଏସ୍‌ପି, ସୁନ୍ଦରଗଡ଼, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
Read More ...

ଦୁଇ ବର୍ଷ ପରେ ଲୁଟ୍ ଘଟଣାରେ ଦୁଇ ଗିରଫ |

କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୬ : ଦୁଇ ବର୍ଷ ତଳେ ଜଣେ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଲୁଟ୍ ଘଟଣାରେ ତିହିଡ଼ି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ଅଣ୍ଡରେଇ ଗ୍ରାମର ରାଜେଶ ମଲିକ ଏବଂ ନୟାପାଟଣା ଗ୍ରାମର ବାବୁଆ ଓରଫ ପ୍ରଶାନ୍ତ ପରିଡ଼ା । ସେମାନଙ୍କ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଅଣ୍ଡରେଇ ବଜାରେ ଦୋକାନ କରିଥିବା ଗଙ୍ଗାଧର ସାହୁ ରାତ୍ରି ପ୍ରାୟ ୧୦ଟା ସମୟରେ ଦୋକାନ ବନ୍ଦ କରି ଟଙ୍କା ଧରି ଘରକୁ ଯାଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ରାଜେଶ, ବାବୁଆ ଓ ପ୍ରତାପ ମଳିକ ତାଙ୍କ ପାଖରୁ ପ୍ରାୟ ୫୦ ହଜାର ଟଙ୍କା ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...

ALL NEWS