କଟକ ରେ ଘରେ ଘରେ ତ୍ରିରଙ୍ଗା ରାଲି କୁ ବିପୁଳ ସମ୍ୱର୍ଦ୍ଧନା |

23

କଟକ (ଉତ୍କଳ ନ୍ୟୁଜ ) ୧୪-୮-୨୦୨୪ : ଜାତୀୟତାର ପ୍ରତୀକ ତ୍ରିରଙ୍ଗା କୁ ସମ୍ମାନ ଜଣାଇ ଦେଶବ୍ୟାପୀ ଚାଲିଥିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଅଂଶସ୍ୱରୂପ ଆଜି କଟକ ପ୍ରଶାସନ ପକ୍ଷ ରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ରାଲି କୁ ଜିଲ୍ଲାପାଳ ଶ୍ରୀ ଦତ୍ତା ତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ , ବିଭିନ୍ନ କାର୍ଯ୍ୟାଳୟ ର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କୁ ନେଇ ଆୟୋଜିତ ଏହି ବିଶାଳ ରାଲି କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ସ୍ୱରାଜ ଆଶ୍ରମ ଦେଇ ସହର ପରିକ୍ରମା କରିଥିଲା | ଏହି ଅବସରରେ ଜାତୀୟ ସଂହିତା ସଂପ୍ରିତି ଓ ପ୍ରଗତି ସହ ରାଷ୍ଟ୍ର ପ୍ରେମ ର ମନ୍ତ୍ର ରେ ଉଦ୍ବୁଦ୍ଧ ହେବ ଏବଂ ଆମର ଗର୍ବ ଓ ଗୌରବ ଜାତୀୟ ପତାକା ର ମହନୀୟତା କୁ ସର୍ବଦା ମନେପକାଇବା କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମତ ଦେଇଥିଲେ | ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ହର ଘର ତ୍ରିରଙ୍ଗା କାନଭାସ ରେ ଦସ୍ତଖତ କରିଥିଲେ | ପରେ ପରେ ଜିଲ୍ଲାପାଳ ସିଡିଏ ନିକଟସ୍ଥ ଜର୍ଜ ବସ୍ତି କୁ ଯାଇ ଜାତୀୟ ପତାକା ବଣ୍ଟନ କରିଥିଲେ ଏବଂ ନିଜ ନିଜ ଘରେ ଗର୍ବ ର ସହ ଜାତୀୟ ପତାକା ଉଡ଼ାଇବାକୁ ବସ୍ତିବାସିନ୍ଦା ଙ୍କୁ କହିଥିଲେ | ଏଥିସହ ଜିଲ୍ଲାପାଳ ବସ୍ତି ପରିସରରେ ଥିବା ତିଲକ ,ନଗର ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ଏବଂ ଶିକ୍ଷା ସମ୍ବନ୍ଧିତ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ | କଟକ ରୁ ରୋହନ ଅଗ୍ରୱାଲ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |