ଦୁଇ ବର୍ଷ ପରେ ଲୁଟ୍ ଘଟଣାରେ ଦୁଇ ଗିରଫ |

80

କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୬ : ଦୁଇ ବର୍ଷ ତଳେ ଜଣେ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଲୁଟ୍ ଘଟଣାରେ ତିହିଡ଼ି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ଅଣ୍ଡରେଇ ଗ୍ରାମର ରାଜେଶ ମଲିକ ଏବଂ ନୟାପାଟଣା ଗ୍ରାମର ବାବୁଆ ଓରଫ ପ୍ରଶାନ୍ତ ପରିଡ଼ା । ସେମାନଙ୍କ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଅଣ୍ଡରେଇ ବଜାରେ ଦୋକାନ କରିଥିବା ଗଙ୍ଗାଧର ସାହୁ ରାତ୍ରି ପ୍ରାୟ ୧୦ଟା ସମୟରେ ଦୋକାନ ବନ୍ଦ କରି ଟଙ୍କା ଧରି ଘରକୁ ଯାଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ରାଜେଶ, ବାବୁଆ ଓ ପ୍ରତାପ ମଳିକ ତାଙ୍କ ପାଖରୁ ପ୍ରାୟ ୫୦ ହଜାର ଟଙ୍କା ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।