ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ |

58

କଟକ (ଉତ୍କଳ ନ୍ୟୁଜ ) ୨୩ -୦୪-୨୦୨୬ : ଜୁନାଗଡ଼ ସହରରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ଭାରତର ମହାନ ସମ୍ବିଧାନ ନିର୍ମାତା, ସମାଜ ସୁଧାରକ ଓ ଦଳିତ ମହାନାୟକ ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ବୁଧବାର ଦିନ ଅତ୍ୟନ୍ତ ଧୁମଧାମ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଜୁନାଗଡ଼ ସହରକୁ ଉତ୍ସବମୁଖର କରିଥିଲା।ଏହି ଅବସରରେ ସନ୍ଧ୍ୟା ୪ ଟାରୁ ସହରର ବିଭିନ୍ନ ସ୍ଥାନରେ ଭୀମ ପ୍ରେମୀମାନେ ଏକତ୍ରିତ ହୋଇଥିଲେ। ପରେ ସ୍ଥାନୀୟ ହିଞ୍ଜିଳିବାହିଲି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା (ରେଲି) ଆୟୋଜନ କରାଯାଇଥିଲା। ଏହି ରେଲିରେ ଶହ ଶହ ଯୁବକ, ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧମାନେ ଭାଗ ନେଇଥିଲେ। ସେମାନେ “ଜୟ ଭୀମ”, “ବାବା ସାହେବ ଅମର ରହୁନ୍ତୁ” ଇତ୍ୟାଦି ନାରା ଦେଇ ସମଗ୍ର ପରିବେଶକୁ ଦୋହଲାଇ ଦେଇଥିଲେ। ବାଜା, ଢୋଲ, ଡିଜେ ଓ ସାଂସ୍କୃତିକ ସଙ୍ଗୀତର ଧ୍ୱନିରେ ରେଲିଟି ଆକର୍ଷଣୀୟ ହୋଇଥିଲା,ଶୋଭାଯାତ୍ରାଟି ସହରର ପ୍ରମୁଖ ସଡ଼କ ଦେଇ ପରିକ୍ରମା କରି ନୁଆ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମା ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମସ୍ତ ଭୀମ ପ୍ରେମୀମାନେ ପ୍ରତିମାରେ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଏକ ସାର୍ବଜନୀନ ସଭା ଆୟୋଜିତ ହୋଇଥିଲା।ସଭାରେ ନରେନ୍ଦ୍ର କ୍ଷିତି ଓ ପ୍ରେମଲାଲ ବାଗ, ଦକ୍ଷତା ସହିତ ପରିଚାଳନା କରିଥିବା ବେଳେ,ସମ୍ମାନୀୟ ଅତିଥି ଭାବେ ଉଦ୍ଧବ ଚରଣ ସାହୁ, ଭବସିନ୍ଧୁ ମଙ୍ଗରାଜ,ଦୁର୍ଗା ପ୍ରସାଦ ନାଏକ,ବିଶ୍ୱନାଥ କର, ହିମାଦ୍ରୀ ସିନ୍ଦୂର ଓ ଚମ୍ପକ ଅଗ୍ରୱାଲ ବଳଜୀ ଯାଦବ, ରାଜେଶ ଅଗ୍ରୱାଲ,ଅଶୋକ ଅଗ୍ରୱାଲ,ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ବାବା ସାହେବଙ୍କ ଜୀବନୀ, ତାଙ୍କର ସଂଘର୍ଷମୟ ଜୀବନ ଓ ସମାଜ ପାଇଁ ତାଙ୍କର ଅପୂର୍ବ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ସମାନତା, ଶିକ୍ଷା, ଅଧିକାର ସଚେତନତା ଓ ସାମାଜିକ ନ୍ୟାୟ ପାଇଁ ବାବା ସାହେବଙ୍କ ଦୃଷ୍ଟିକୋଣକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।ଏହା ଦ୍ୱାରା ଉପସ୍ଥିତ ଲୋକମାନେ ପ୍ରେରିତ ହୋଇଥିଲେ।ସମିତିର କର୍ମକର୍ତ୍ତା ପୁର୍ନେନ୍ଦୁ ମାଝୀ, ମିନୁ କନ୍ଦ ପାନ, ସୁଶାନ୍ତ ନାଏକ, ରତନ ଧଂଗଡା ମାଝୀ,ଧରଣୀ ଭୋଇ,ଅଞ୍ଜନ କ୍ଷିତି, ଘାସିରାମ କ୍ଷିତି,ବିଜେନ୍ଦ୍ର କ୍ଷିତି,ଭଜନ କ୍ଷିତି, ଶିବ ମହାନନ୍ଦ, ଗୌରାଙ୍ଗ ମାଝୀ,ବୀରେନ୍ଦ୍ର ବାଗ, ଗୌରବ ନାଏକ ଏବଂ ମିଡ଼ିଆ ସେଲ ରୁ ରବିଶଙ୍କର ସୁନାନୀ, ସୁନ୍ଦରମୋହନ ଛତ୍ରିଆ, କୁମରମଣୀ ଦୁର୍ଗା, ଭୋକର୍ଧନ ଧଙ୍ଗଡ଼ାମାଝି, ଆଦିତ୍ୟ ମହାନ୍ତି ଏବଂ ବ୍ୟମୋକେଶ ପୁରୋହିତ ଙ୍କ ସମେତ , ସେବକ ଓ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସ୍ଥାନୀୟ ପୋଲିସ ସହଯୋଗରେ ସଫଳ ଭାବେ ସମାପ୍ତ ହୋଇଥିଲା। ଏହି ମହାନ ଅବସରରେ ଜୁନାଗଡ଼ ସହର ସହିତ ଆଖ ପାଖ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ଭୀମ ପ୍ରେମୀ ଉପସ୍ଥିତ ରହି ବାବା ସାହେବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,ସମଗ୍ର କାର୍ଯ୍ୟକ୍ରମ ଜୁନାଗଡ଼ରେ ସାମାଜିକ ସଚେତନତା, ଏକତା ଓ ଭାଇଚାରାର ଏକ ଉଜ୍ଜ୍ୱଳ ଦୃଶ୍ୟ ପ୍ରଦର୍ଶନ କରିଥିଲା, ଯାହା ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ଯୋଗାଇବ । କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l