ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।

91

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୪ : ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ। ଭଦ୍ରକ ଜିଲ୍ଲା ଵାଂଶଡା ଥାନା ଅଧିନସ୍ଥ ପଞ୍ଚୁଟିକ୍ରି ପଞ୍ଚାୟତ ସାନ ଶାମୁକାଭେଡି ଗାଁରେ ସ୍ବାମୀଙ୍କ ଅନୁପସ୍ଥିତିରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ କରା ଯାଇଥିବା ସୂଚନା ମିଳିଛି। ସେହି ଗାଁର ପୁରୁଷୋତ୍ତମ ମହାଳିକଙ୍କ ପୁଅ ବାପୁନ୍ ମହାଳିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଵାଂଶଡା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ଅନୁଯାୟୀ ବାପୁନ୍ ମହାଳିକକୁ ଗିରଫ କରିଛି। ଗିରଫ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କୁ ଡାକ୍ତର ମାଇନାରେ କରାଯାଇଛି। ଅଭିଯୁକ୍ତ ବାପୁନ୍ ମହାଳିକକୁ ପଚାରିବା ପରେ ଏହାକୁ ଖଣ୍ଡନ କରି ଥିବା ନେଇ ସୂଚନା ଦେଇଥିଲେ। କହିଥିଲେ ମୋ ଦୋକାନରୁ ବାକି ଖାଇବା ପରେ ବକେୟା ପାଉଣା ମାଗିବାରୁ ମିଛ ମାମଲାରେ ଫଶେଇଥିବା ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଗିରଫ ପରେ ଏହି ଘଟଣାରେ ଵାଂଶଡା ପୋଲିସ ସତ୍ଯାସତ୍ୟ ପାଇଁ ଅଧିକ ତଦନ୍ତ ଚଳାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |