ଶିକାରୀ ଗୁଳିରେ ଚାଲି ଗଲା ବନ କର୍ମଚାରୀଙ୍କ ଜୀବନ । ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ ଘୋଷଣା |
କଟକ (ଉତ୍କଳ ନ୍ୟୁଜ ) ୨୪-୦୫-୨୦୨୫ : ଶିକାରୀ ଗୁଳିରେ ଚାଲି ଗଲା ବନ କର୍ମଚାରୀଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ । ଶିକାରୀଙ୍କ ଗୁଳିରେ ଟଳି ପଡିଲେ ଜଣେ ଫରେଷ୍ଟ ଗାର୍ଡ଼ । ମୃତ ଫରେଷ୍ଟ ଗାର୍ଡ଼ ହେଉଛନ୍ତି ପ୍ରହଲ୍ଲାଦ ପ୍ରଧାନ । ଶିକାରୀଙ୍କ ଆଡ୍ଡା ଉପରେ ଚଢ଼ାଉ ବେଳେ ଏଭଳି ଅଘଟଣ ଘଟଥିବା ସୂଚନା ମଳିଛି । ଏହି ଘଟଣାରେ ୪ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବନ୍ଧୁକ ଜବତ କରିଛି ବନ ବିଭାଗ । ଶିକାରୀ ଗୁଳିରେ ଶନିବାର ଜଣେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ PCCFକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୃତକ ଜଣ ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ। ସେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ଘଟିଛି।