ବେଆଇନ୍ ଇଟା ଭାଟିଆଙ୍କ ଠାରୁ ୨୨୮ ବସ୍ତା ଚୋରା କୋଇଲା ଜବତ, ଅଭିଯୁକ୍ତ ଗିରଫ।

277

କଟକ (ଉତ୍କଳ ନ୍ୟୁଜ ) ୨୦-୧୧-୨୦୨୪ : ଭଦ୍ରକ ଜିଲା ତିହିଡ଼ି ପୁଲିସ ବେଆଇନ୍ ଇଟା ଭାଟିଆଙ୍କ ଠାରୁ ୨୨୮ ବସ୍ତା ଚୋରା କୋଇଲା ଜବତ କରିଥିବା ବେଳେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ପାଳିଆବିନ୍ଧା ପଞ୍ଚାୟତର ସାନହାଟୁଆରୀ ଗାଁର ମନୋରଂଜନ ପୃଷ୍ଟି ବୋଲି ଜଣାଯାଇଛି। ପୁଲିସର ଚୋରା କୋଇଲା ଉଦ୍ଧାର ଅଭିଯାନ ଏଇ ବେଆଇ ଇଟାଭାଟିଆଙ୍କ ତଥ୍ୟ ଆଇଆଇସି ପ୍ରସନ୍ନ ନାୟକଙ୍କ ନଜରରେ ଥିଲା। ଗୋଟିଏ ଭାଟିରୁ ୧୮୫ ବସ୍ତା ଓ ଅନ୍ୟ ଏକ ଭାଟିରୁ ୪୩ ବସ୍ତା ଚୋରା କୋଇଲା ଜବତ କରାଯାଇଥିବା ନେଇ ପୁଲିସ ପକ୍ଷରୁ ୫୧୭ ଓ ୫୨୦ ଦୁଇଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମନୋରଂଜନକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାଟି ଏକ ଉଦାହରଣ ହେବ ଏବଂ ଏହି ଚୋରା କୋଇଲାକୁ ଯେଉଁ ବେଆଇନ ଇଟାଭାଟିଆମାନେ ବ୍ୟବହାର କରିବେ ସେମାନଙ୍କ ପାଳି ମଧ୍ୟ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |