ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଗିରଫ୍‌ |

345

କଟକ (ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୫ : ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଗିରଫ୍ । ପ୍ରେମ ଫାଶରେ ବାନ୍ଧି ପ୍ରେମିକା ସହ ରାସଲୀଳା କଲା ଆଉ ବିବାହ ପାଇଁ ଯେବେ କଥା ଉଠିଲା ସେତେବେଳକୁ ରାଜି ନହୋଇ ବାଗଡାମି କଲା ପ୍ରେମିକ । ପ୍ରେମିକା ପରିବାର ଅତିଷ୍ଟ ହୋଇ ଶେଷରେ ଆଇନ୍‌ର ଆଶ୍ରୟ ନେଇଛନ୍ତି । ପୋଲିସ ତଦନ୍ତ କରି ସଂପୃକ୍ତ ପ୍ରେମିକ ଧୁଷୁରୀ ଥାନାଧିନ ଦୋହରାପାଟଣା ଗ୍ରାମର ରଶ୍ମିରଞ୍ଜନ ମଳିକଙ୍କୁ ଗିରଫ୍ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦପୁର ପଞ୍ଚାୟତ ଅଧିନ ଈଶ୍ୱରପୁର ଗ୍ରାମର ଜନୈକା ଯୁବତୀଙ୍କୁ ଅଭିଯୁକ୍ତ ରଶ୍ମିରଞ୍ଜନ ପ୍ରଥମେ ପ୍ରେମ କଲା । ପରେ ବିବାହର ପ୍ରଲୋଭନ ଦେଖାଇ ବର୍ଷେ ହେଲା ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲା । ଘଟଣା ଦାଣ୍ଡରେ ପଡି ହାଟରେ ଗଡିବା ପରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରେମିକା । ମାତ୍ର ପ୍ରେମିକ ରାଜି ହୋଇନଥିଲା । ଶେଷରେ ପ୍ରେମିକାଙ୍କ ବାପା ଥାନାରେ ଦ୍ୱାରସ୍ଥ ହୋଇଥିଲେ ଏବଂ ପୋଲିସ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିବା ସହିତ ପ୍ରାଥମିକ ତଦନ୍ତ ପରେ ସଂପୃକ୍ତ ପ୍ରେମିକକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |