ମୋବାଇଲ ଦୋକାନରୁ ଚୋରି, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ୧୬ ମୋବାଇଲ୍ ଜବତ |

365

ତିହିଡି, (ଉତ୍କଳ ନ୍ୟୁଜ) ୦୫.୦୭.୨୦୨୫ : ମୋବାଇଲ ଦୋକାନରୁ ଚୋରି, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ୧୬ ମୋବାଇଲ୍ ଜବତ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନ ପୀରହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ଘଟଣାରେ ପୁଲିସ ୧୫ ଦିନ ପରେ ଅଭିଯୁକ୍ତକୁ ଗିରଫ କରିବାର ସକ୍ଷମ ହୋଇଛି । ଗିରଫ ଯୁବକ ଜଣକ ହେଉଛନ୍ତି ଟିଟୁ ଦାସ (୩୫) । ଟିଟୁ ଘର ସାହାପୁର ପଞ୍ଚାୟତ ସାନଲହୁଣୀପାଳ ଗ୍ରାମରେ । ତାଙ୍କୁ ଭଦ୍ରକ ଟାଉନଥାନା ଅଞ୍ଚଳରୁ ଗିରଫ କରା ଯାଇଛି । ତା ନିକଟରୁ ୧୬ ଗୋଟି ମୋବାଇଲ ଫୋନ ଜବତ କରା ଯାଇଛି । ସୂଚନା ମୁତାବକ, ଗତ ୨୨ ତାରିଖରେ ପୀରାହାଟ ବଜାର ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟରେ ଥିବା ବିଶ୍ୱରଂଜନ ମହାନ୍ତିଙ୍କ ମୋବାଇଲ ଦୋକାନର ତାଲା ଭଙ୍ଗାଯାଇ ମୋବାଇଲ ଫୋନ, ବ୍ୟାଟେରୀ, ଚାର୍ଜର ଓ ନଗର ୫୦ ହଜାର ଟଙ୍କା ଚୋରି ହୋଇଥିଲା । ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା ।