ଭଦ୍ରକରେ ପୋଲିସକୁ ଆକ୍ରମଣ ଓ ମାଜିଷ୍ଟ୍ରେଟ୍ଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୭ ଗିରଫ, ମୁଖ୍ଯ ଅଭିଯୁକ୍ତ ଫେରାର। ଫେସବୁକ ପୋଷ୍ଟ କରିଥିବା ଯୁବକ ଗିରଫ।
କଟକ(ଉତ୍କଳ ନିଉଜ )୨୯/୦୯/୨୦୨୪ : ଭଦ୍ରକରେ ପୋଲିସକୁ ଆକ୍ରମଣ ଓ ମାଜିଷ୍ଟ୍ରେଟ୍ଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୭ ଗିରଫ, ମୁଖ୍ଯ ଅଭିଯୁକ୍ତ ଫେରାର। ଫେସବୁକ ପୋଷ୍ଟ କରିଥିବା ଯୁବକ ଗିରଫ। ପରିସ୍ଥିତି ନିୟନ୍ତ୍ରଣାଧିନ। ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଭଦ୍ରକରେ ଦେଖା ଦେଇଥିଲା ତୀବ୍ର ଉତେଜନା। ଏହାକୁ ଏବେ ସମ୍ପୂର୍ଣ ପ୍ରଶମିତ କରା ଯାଇଛି ଓ ଶାନ୍ତି ବଜାୟ ମଧ୍ଯ ରହିଛି। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାଶପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ଏବଂ ୧୬୩ ଧାରା ବଳବତ୍ତର ରହିଛି। ସେହିପରି ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପୁରୁଣା ବଜାର ଅଞ୍ଚଳରେ ଦିନ ଓ ରାତିରେ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରା ଯାଇଥିବା ବେଳେ ଗତକାଲି ରାତିରୁ ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ଭଦ୍ରକରେ ପହଞ୍ଚିବା ପରେ ଗୋଟିଏ କମ୍ପାନୀକୁ ପୁରୁଣା ବଜାରରେ ଏବଂ ଅନ୍ୟ ଏକ କମ୍ପାନୀକୁ ଧାମନଗରେ ମୃତୟନ କରାଯାଇଛି। ଗତକାଲି ଏହି ରାପିଡ଼ ଆକ୍ସନ ଫୋର୍ସ ଏରିଆ ଡୋମିନେସନ କରିବା ପରେ ଆଜି ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲା। ସନ୍ଥିଆ ପୋଲ ଠାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଥାନା ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଏସପି ବରୁଣୁ ଗୁଣ୍ଠୁପାଲ୍ଲୀ ଯୋଗ ଦେଇଥିଲେ। ତେବେ ଭଦ୍ରକ ଓ ଧାମନଗରରେ ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣାଧିନ ରହିଛି ଏବଂ ଶାନ୍ତି ବଜାୟ ରହିଛି। ତେବେ ଲୋକମାନେ କୌଣସି ପ୍ରକାର ମିଥ୍ୟା ଗୁଜବକୁ ଶୁଣନ୍ତୁ ନାହିଁ ବୋଲି ଉଭୟ ଜିଲ୍ଲାପାଳ ଓ ଡିଆଇଜି ନିବେଦନ କରିଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |