ତାଳପଦାରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡରେ ଜଣେ ଗୁରୁତର, ଗିରଫ୍ ଦାବିକରି ପୋଲିସକୁ ଭେଟିଲେ ଶତାଧିକ ପୁରୁଷ ଓ ମହିଳା।

188

କଟକ (ଉତ୍କଳ ନ୍ୟୁଜ ) ୮-୧୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତାଳପଦା ଗାଁର ଜଣେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡରେ ଜଣେ ଗୁରୁତର, ଅଭିଯୁକ୍ତଙ୍କ ଗିରଫ୍ ଦାବିକରି ପୋଲିସକୁ ଭେଟିଲେ ଶତାଧିକ ପୁରୁଷ ଓ ମହିଳା। ବିଗତ କିଛିଦିନ ହେବ ସଂପୃକ୍ତ ଯୁବକ ଜଣକ ଏପରି ବାରମ୍ବାର ଆକ୍ରମଣ କରୁଛି। ଏନେଇ ଥାନାରେ ଏକାଧିକ ଏତଲା ମଧ୍ଯ ଦିଆ ଯାଇଛି। ତେବେ ପୋଲିସ କୌଣସି ପଦକ୍ଷେପ ନେଇଥିବାରୁ ଆଜି ଜଣେ ବୟସ୍କ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ସଂପୃକ୍ତ ବ୍ୟକ୍ତି ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ରକ୍ତାକ୍ତ ହୋଇଥିବା ଜଣା ଯାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିକରି ସଂଧ୍ଯାରେ ଶତାଧିକ ପୁରୁଷ ଓ ମହିଳା ପୋଲିସକୁ ଭେଟିଛନ୍ତି। ତେବେ ଏତଲା ମୂଳେ ବିହିତ ପଦକ୍ଷେପ ନିଆଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା କୁହା ଯାଉଛି। ତିହିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |