କଟକ (ଉତ୍କଳ ନ୍ୟୁଜ ) ୧୨-୦୬-୨୦୨୪ : ଆଉ ମାତ୍ର କେଇ ଘଣ୍ଟା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘରୋଇ ସହାୟକ(ପିଏ) ପାଲଟିଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ୟୁନିଟ୍-୮ ଡେଲ୍ ଛକ ନିକଟରେ ହୋଇଥିବା ଏକ ଛାତି ଥରା ଦୁର୍ଘ ଟଣାରେ ତାଙ୍କ ଜୀବନ ଚାଲିଗଲା। ସେ ହେଉଛନ୍ତି, ପାତ୍ରପଡ଼ା ଫୁଲେଶ୍ଵରୀ ବସ୍ତିର ଚନ୍ଦନ ମହାପାତ୍ର(୩୧)। ୨ କାର ଓ ଦୁଇ ବାଇକ୍ ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ ଘଟିଥି ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ହସ୍ପିଟାଲ୍ ଯାଇ ପରିବାର ଲୋକଙ୍କୁ ଶ୍ରୀ ମୋହନଙ୍କ ସମବେଦନା ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ଚନ୍ଦନଙ୍କ ବଡ଼ ଭାଇ ରାଜକୁମାର କହିଛନ୍ତି, ୨୦୧୨ରେ ସମୃଦ୍ଧ ଓଡ଼ିଶାରେ ଚାକିରି କରୁଥିଲା ଚନ୍ଦନ। କିଛି ଦିନ ପାଇଁ ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପିଏ ଭାବେ କାମ କରିଛି । ତା ପରେ ବିଧାୟକ ମୋହନ ମାଝୀଙ୍କ ପିଏ ସାଜିଥିଲା। ଦୀର୍ଘ ୭ ବର୍ଷ ଧରି ତାଙ୍କ ପାଖରେ ଥିଲା। ନିର୍ବାଚନ ପ୍ରଚାର ବେଳେ ସେ ବିଧାୟକଙ୍କ ପାଖେ ପାଖେ ରହୁଥିଲା। ନିର୍ବାଚନ ପରେ କିଛି ଦିନ ପାଇଁ ଛୁଟିରେ ଥିଲା। ଆଜି ସକାଳୁ ସେ ବେଶ୍ ଖୁସି ଜଣାପଡୁଥିଲା। ତାକୁ ଡ୍ୟୁଟିକୁ ଯିବା ପାଇଁ ମୋହନ ସାର୍ ମନା କରିବା ସତ୍ତ୍ବେ ସେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସରକାରୀ ବାସଭବନକୁ ଯାଉଥିଲେ । ପୁଲିସ ସୂଚନା ଅନୁଯାୟୀ, ଚନ୍ଦନ ଦିନ ୧୧ଟା ସମୟରେ ଏକ ବାଇକ୍ ଡେଲ୍ଟା ଛକରୁ ଗୋପବନ୍ଧୁ ଛକ ଅଭିମୁଖେ ଯାଉଥିଲେ। ସମ ଦିଗରେ ଯାଉଥିବା ଏକ କାରକୁ ସେ ଓଭରଟେକ୍ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଗୋପବନ୍ଧୁ ଛକ ପଟରୁ ଦ୍ରୁତଗତିରେ ଆସୁଥିବା ଏକ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଏହା ଫଳରେ ଅନ୍ୟ ଏକ କାର ଓ ବାଇକ୍ ମଧ୍ଯ ଦୁର୍ଘଟଣାର ଶିକାର ହୋଇଥିଲେ।ଦୁର୍ଘଟଣା ଏତେ ଶକ୍ତ ଥିଲା ଯେ, ୨ କାର ମଝିରେ ୨ ବାଇକ୍ ଚାପି ହୋଇ ଯାଇଥିଲା। ଦୁଇ କାର୍ ମଝିରେ ଚାପି ହୋଇଯାଇଥିଲେ ଚନ୍ଦନ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ କାର ମଝିରୁ ଚନ୍ଦନଙ୍କୁ ଉଦ୍ଧାର କରିଥିଲେ। ଚନ୍ଦନ ଦୁର୍ଘଟଣାସ୍ଥଳରେ ଛଟପଟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଛଟପଟ ହୋଇ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ୍ ଚାଳକ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଦୁଇ କାର୍ ଓ ଦୁଇ ବାଇକ୍ ଚୁରମାର ହୋଇ ଯାଇଥିଲା। ନୟାପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶ୍ରୀ ମାଝୀ କ୍ୟାପିଟାଲ ହସ୍ପିଟାଲ ଏବଂ ଗୃହକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୋଲିସ ଚନ୍ଦନଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଜଣେ କାର୍ ଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।