ପଶ୍ଚିମବଙ୍ଗ ରେ ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା ର ହେବ ସିବିଆଇ ତଦନ୍ତ !

88

କଟକ (ଉତ୍କଳ ନ୍ୟୁଜ ) ୧୩-୦୮-୨୦୨୪ ; ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଘଟଣା ସାରା ଦେଶ କୁ ଲଜ୍ୟା କରିଛି | ପଶ୍ଚିମବଙ୍ଗର ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍‌ ଶିବାଗନମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା ଦାଏର ହୋଇଥିଲା । ତେବେ ଏହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଟିମବଙ୍ଗ ପୋଲିସ୍‌ ହାତରେ ରହିଛି। ଉଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ କହିଛନ୍ତି ଯେ, ମୃତା ଡାକ୍ତରଙ୍କ ମାଆ-ବାପା ଏହିଭଳି ତଦନ୍ତକୁ ନେଇ ଭୟଭୀତ ଅଛନ୍ତି । ସାଧାରଣ ଘଟଣା ହୋଇଥିଲେ ଆମେ ଏକ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତୁ । ହେଲେ ଏହି ଘଟଣା ଅତିନୃଶଂସନୀୟ ଏବଂ ବିନା ସମୟ ନଷ୍ଟ ନକରି ଏହାର ଉଚିତ୍‌ ତଦନ୍ତ ହେବା ଆବଶ୍ୟକ । ତଦନ୍ତରେ ସ଼୍ବଚ୍ଛତା ରହିବା ଆବଶ୍ୟକ । ତେଣୁ ମୃତା ଡାକ୍ତରଙ୍କ ମାଆ-ବାପାଙ୍କ ଦ଼୍ବାରା ଦାଏର ଯାଚିକାକୁ ଗ୍ରହଣ କରାଯାଇ ଏହା ସିବିଆଇକୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।