କଟକରେ ଧରା ହେଲେ ଆନ୍ତଃରାଜ୍ୟ ବନ୍ଧୁକ କାରବାର ଗ୍ୟାଙ୍ଗ |

76

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ । ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିଷ୍ଟଲ୍, ୧୩ ଟି ଜିଅନ୍ତା ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଳ କରୁଛି। ଯେଉଁ ସ୍ଥାନରୁ ଏହି ବନ୍ଧୁକ ଆସିଛି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ସେମାନେ ଧରା ପଡ଼ିବେ। ଅଭିଯୁକ୍ତ କାଦୁଆ ନାଁରେ ୫ ଟି ମାମଲା, ପୀୟୂଷ ନାଁରେ ୩ ଟି ମାମଲା, ବିଜୟ ରାଉଳ ନାଁରେ ୧୪ ଟି ମାମଲା, ବଦ୍ରିନାଥ ବେହେରା ନାଁରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି |ଏନେଇ କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି |