ଲଭ୍‌, ସେକ୍ସ, ଧୋକ୍କା ଶେଷରେ ବ୍ଲାକ୍‌ମେଲ ଅଭିଯୋଗରେ ବନ୍ଧାହେଲେ ବିବାହିତ ପୁରୁଷ |

606

କଟକ (ଉତ୍କଳ ନ୍ୟୁଜ ) ୦୪-୦୭-୨୦୨୪ : ଲଭ୍‌, ସେକ୍ସ, ଧୋକ୍କା ଶେଷରେ ବ୍ଲାକ୍‌ମେଲ ଅଭିଯୋଗରେ ବନ୍ଧାହେଲେ ବିବାହିତ ପୁରୁଷ । ନିଜର ସ୍ତ୍ରୀ ଓ ଦୁଇ କନ୍ୟାରତ୍ନ ଥିବାବେଳେ ଜଣେ କାମୁକ ଯୁବକ ପୂର୍ବତନ ପ୍ରେମିକାକୁ ବ୍ଲାକ୍‌ମେଲ କରି ଶାରିରୀକ ସମ୍ପର୍କ ରଖିଥିଲା । ଆଉ ସେହି ସମୟର ଫଟୋ ଓ ଭିଡିଓ ସୁଟିଂ କରି ଭାଇରାଲ କରିଥିଲା । ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଟଙ୍କା ମାଗିଥିଲା ପ୍ରେମିକ ଏବଂ ସମାଜରେ ନିଜକୁ ମୁହଁ ଟେକି ବାଟ ଚାଲିବାର ରାହା ଖୋଜୁଥିବା ପ୍ରେମିକା ଶେଷରେ ଲକ୍ଷାଧିକ ଦେଇଥିଲେ ମାତ୍ର ପରିସ୍ଥିତି ଅଣାୟତ ହେବାରୁ ଆଇନ୍‌ର ଆଶ୍ରୟ ନେବାକୁ ପଡିଲା ଏବଂ ଶେଷରେ ଅଭିଯୁକ୍ତକୁ ପୋଲିସ ଗିରଫ୍ କରିଥିବା ଜଣାଯାଇଛି । ଏପରି ସନ୍‌ସନି ଖବର ଭଦ୍ରକ ଜିଲ୍ଲା ପୀରହାଟ ଥାନାରୁ ଆସିଛି । ଦୁଇଦିନ ହେଲା ଏହି ଘଟଣାକୁ ନେଇ ଥାନା କମ୍ପୁଥିଲା । ନିଜକୁ ଭଲେଇ ହେବାଲାଗି କେତେକ ଆତ୍ମଘୋଷିତ ସମାଜସେବୀ ଲାଗି ପଡିଥିଲେ ଆପୋଷ ବୁଝାବଣା କରିବାକୁ ଆଉ କେତେକ ମଜ୍ଜା ନେବାକୁ ପୋଲିସକୁ ବାରମ୍ବାର ଘଟଣା ସମ୍ପର୍କରେ ପଚାରି ବୁଝୁଥିଲେ । ଏହି ଘଟଣାକୁ ନେଇ ଏପରିକି ଆପୋଷ ବୁଝାବଣା କରିବା ପାଇଁ ବୁଧବାର ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବୌଠକ ପରେ ବୈଠକ ମଧ୍ୟ ଚାଲିଥିଲା । ମାତ୍ର ପୋଲିସ ନଚ୍ଛୋଡବନ୍ଧା ହୋଇ ଶେଷରେ ଗୁରୁବାର ପ୍ରେମିକ ପ୍ରବରଙ୍କ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି । କଥା କଣ ବୁଝିବା ବେଳକୁ ଯୁବତୀ ଜଣକ ହେଉଛନ୍ତି ସାମାଜିକ ସ୍ତରରେ ପରିଚିତା ମୁହଁ । ତାଙ୍କୁ ସମସ୍ତେ ଜାଣନ୍ତି । ପ୍ରାୟ ଦଶନ୍ଧି ହେଲା ସାଧାରଣ ଲୋକ ଓ ପ୍ରଶାସନ ସହିତ ଜଡିତ ମଧ୍ୟ ଅଛନ୍ତି । ଯୁବତୀଙ୍କ ଏତଲାରୁ ଜଣାଯାଏ ଯେ, ସେ ସନ୍ଥପୁରା ଗାଁର ମୁଷା ନାୟକଙ୍କ ପୁଅ ସୁଶାନ୍ତ ନାୟକଙ୍କୁ ଗତ ୦୦୨ ମସିହାରେ ପ୍ରେମ କରୁଥିଲେ । ମାତ୍ର ପାରିବାରିକ ଅସନ୍ତୋଷ କାରଣରୁ ୨୦୦୫ ମସିହାରେ ଉଭୟ ଦୂରେଇ ଯାଇଥିଲେ । ପରେ ସୁଶାନ୍ତ ବିବାହ କରିଥିଲେ । ୨୦୨୦ ମସିହାରେ ଯୁବତୀଙ୍କ ସହ ସମ୍ପର୍କ ଯୋଡିବାକୁ ସୁଶାନ୍ତ ଚେଷ୍ଟା କରିଥିଲେ । ମାତ୍ର ସେ ରାଜି ନହବାରୁ ଅତୀତ ନଗ୍ନ ଫଟୋ ଓ ଭିଡିଓ ୱାଟସ୍‌ଅପ୍‌ରେ ପଠାଇ ୧୦ ଲକ୍ଷ ଟଙ୍କା ଦାବୀ କରିଥିଲା । ସେ ରାଜି ନହେବାରୁ ତାଙ୍କ ସମ୍ପର୍କୀୟମାନଙ୍କୁ ଉକ୍ତ ନଗ୍ନ ଫଟୋ ଓ ଭିଡିଓ ପଠାଇଥିଲା । ଶେଷରେ ଯୁବତୀ ଜଣଙ୍କ ତାଙ୍କୁ ୨୦୨୨ ମସିହା ଡିସେମ୍ବର ମାସ ୪ ଲକ୍ଷ ଟଙ୍କା ଦେଇଥିଲେ । ପରେ ଯୁବତୀ ଜଣକ ଭୁବନେଶ୍ୱରରେ ଏକ ଟ୍ରେନିଂରେ ଥିବାବେଳେ ସୁଶାନ୍ତ ଫୋନ୍ କରି ଏକ ଜରୁରୀ କାମ ଥିବା କହି ଏକ ହୋଟେଲକୁ ନେଇଥିଲା । ସେଠାରେ ଶାରିରୀକ ସମ୍ପର୍କ ସ୍ଥାପନ କଲା ଏବଂ ମୋବାଇଲରେ ଲଙ୍ଗଳା ଫଟୋ ଓ ଭିଡିଓ ମଧ୍ୟ ସୁଟିଂ ମଧ୍ୟ କଲା । ପରେ ଯୁବତୀଙ୍କ ପରିବାର ଲୋକଙ୍କୁ ପଠାଇଥିଲା । ଯାହାକୁ ବିରୋଧ କରିଥିଲେ ଯୁବତୀ । ତେବେ ୧୦ ଲକ୍ଷ ଟଙ୍କା ଦେଲେ ଏହା ବନ୍ଦ ହେବ ବୋଲି କହିଥିଲା ସୁଶାନ୍ତ । ଏତତ୍ ବ୍ୟତିତ ଯୁବତୀଙ୍କ ସହିତ ସମସ୍ତ ଲଗ୍ନ ଫଟୋ ଓ ଭିଡିଓକୁ ଯୋଡି ଏକ ବ୍ଲୁ-ଫିଲ୍ମ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବ ବୋଲି ଚେତାବନି ଦେଇଥିଲା । ଯାହାକୁ ନେଇ ଯୁବତୀ ଜଣକ ବାଧ୍ୟହୋଇ ଆଇନ୍‌ର ଆଶ୍ରୟ ନେଇଥିବା ଜଣାଯାଇଛି । ଯୁବତୀଙ୍କ ଏତଲା କ୍ରମେ ସୁଶାନ୍ତ ନାୟକ(୪୫)ଙ୍କ ବିରୋଧରେ ଥାନାରେ ଏକ ମାମଲା ୧୬୪/୨୪, ୩୭୬(୧), ୨୯୨(୨), ୫୦୦, ୩୫୪-ସି, ୩୮୪, ୫୦୬, ୬୬(ଇ), ୬୭, ୬୭(ଏ) ଆଇଟି ଏକ୍ଟ ଗିରଫ୍ ହୋଇ କୋର୍ଟ ଚାଲାଣ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |