କେପି ଆଇଏଲ କମ୍ପାନୀ ଷ୍ଟକୟାର୍ଡ ରୁ ଚୋରି କରିଥିବା ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ |

13

କଟକ (ଉତ୍କଳ ନ୍ୟୁଜ ) ୨୪-୮-୨୦୨୪ : ଗତ କାଲି ଶୁକ୍ରବାର ଆଠଗଡ ସହର ବୀରକିଶୋର ପୁର ଉପକଣ୍ଠ ରେ ଥିବା କେପି ଆଇଏଲ କମ୍ପାନୀ ଷ୍ଟକୟାର୍ଡ ଭିତରେ ଅନଧିକାର ପ୍ରବେଶ କରି ତିନି ଜଣ ଯୁବକ ପ୍ରବେଶ କରି କିଛି ଲୁହା ସାମଗ୍ରୀ ନେଇ ପଳାଇଥିଲେ। ଏ ସମ୍ପର୍କରେ କମ୍ପାନୀ ର ଷ୍ଟକୟାର୍ଡ ଦାୟିତ୍ୱରେ ଥିବା ମନୋଜ କୁମାର ସାମଲ ଗ୍ରାମ ନିକିରାଇ ଜିଲ୍ଲା କେନ୍ଦ୍ରାପଡ଼ା, ଆଠଗଡ ଥାନାରେ ଏତଲା ଦେଇଥିଲେ। ଆଠଗଡ ପୋଲିସ ଥାନା କେସ ନମ୍ୱର ୨୪୮/୨୪ ରେ ମାମଲା ରୁଜ୍ଜୁ କରି ସଂପୃକ୍ତ ତିନି ଜଣ ଅଭିଯୁକ୍ତ ଅଭୟ ସାହୁ(୩୧) ପିତା ପ୍ରସନ୍ନ ସାହୁ ଇଚ୍ଛାପୁର, ପ୍ରଦୀପ ସ୍ୱାଇଁ(୪୭) ପିତା ଅଲେଖ ସ୍ବାଇଁ ,ଗ୍ରାମ ରେଗେଡାପଡା ଥାନା ଆଠଗଡ଼ ଓ ଵିଜୟ ସାହୁ (୫୦) ପିତା ବଂଶିଧର ସାହୁ ଗ୍ରାମ ସୋମପଡା ଥାନା ତିଗିରିଆ ଙ୍କୁ ଗିରଫ କରିବା ସହ ଲୁଟ ଜିନିଷ ଓ ଏକ ସ୍କୁଟି ନମ୍ୱର୍ ଓଡି - ୦୫ବିଆର -୯୩୨୬ କୁ ଜବତ କରି ଧାରା ଇଉଏସ ୩୦୩(୨)/୩(୫) ବିଏନଏସ ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି। ଆଠଗଡ ରୁ ସୌମ୍ୟ ରଞ୍ଜନ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |