କଟକ(ଉତ୍କଳ ନିଉଜ )୨୦/୦୫/୨୦୨୫ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ୍ । ଏଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁରୁ । ଏହି ଗାଁର ପପୁ ଦାସ(୩୮) ନାମକ ଜଣେ ବ୍ୟକ୍ତି ରବିବାର ସକାଳ ପ୍ରାୟ ୧୧ ଘଟିକା ସମୟରେ କୌଣସି କାରଣରୁ ରାଗାନ୍ୱିତ ହୋଇ ପିଟିପିଟି ନିଜ ସ୍ତ୍ରୀ ମାମୁନୀ ଦାସ(୩୦)କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ମୂମଷ ଅବସ୍ଥାରେ ମାମୁନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଉଥିଲା । ବାଟରେ ପ୍ରାଣବାୟୁ ଉଡିଯିବା ପରେ ଘରକୁ ଫେରେଇ ନେଇ ଯାଇଥିଲେ ପରିବାର ଲୋକେ । କେତେକ କୁଚକ୍ରୀଙ୍କ ପରାମର୍ଶ କ୍ରମେ ପୋଲିସ ଆଢୁଆଳରେ ଶବ ସତ୍କର କରିବା ଲାଗି ମସୁଧା ଚାଲୁଥିବା ବେଳେ ମୃତାଙ୍କ ବାପା ବାଂଶଡା ଥାନା ଛେଡାକ ଗାଁର ରମେଶ ଜେନା ଥାନାେ ପହଂଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ପୋଲିସ ସାପକାତିଆ ଗାଁରେ ପହଂଚି ଶବକୁ ଜବତ୍ କରିବା ସହିତ ହତ୍ୟାକାରୀ ଖସି ପଳେଇ ଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରଥିଲା । ଏଥିସହ ବ୍ୟବଚ୍ଛେଦ କରିବା ଲାଗି ଭଦ୍ରକ ପଠାଇଥିଲା । ଏନେଇ ଥାନାର ସଂଗୀନ ଦଫାରେ ଏକ ମାମଲା ୧୩୦/୨୫ ରୁଜୁ କରି ହତ୍ୟାକାରୀ ପପୁ ଦାସକୁ ଗିରଫ୍ କରିଛି । ମୃତାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ସାପକାତିଆ ଗାଁର ଗୋଲେଖ ଦାସଙ୍କ ପୁଅ ପପ ଦାସ ଗତ ୧୨ ବର୍ଷ ପୂର୍ବେ ମାମୁନୀଙ୍କୁ ବୈଦ୍ଦିକ ଋତିରେ ବିବାହ କରିଥିଲେ । କିଛି ବର୍ଷ ପରେ ପାରିବାରିକ କଳହ ଦେଖା ଦେଇ ଆସୁଥିଲା । ଶେଷରେ ରବିବାର ଦିବା ପ୍ରାୟ ୧୧ ଘଟିକା ସମୟରେ ମାମୁନୀଙ୍କୁ ତାର ସ୍ୱାମୀ ବାଡିରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରପୋର୍ଟ ଉତ୍କଳ ନିଉଜ ।