କଟକ ( ଉତ୍କଳ ନ୍ୟୁଜ ) ୧୪-୧୧-୨୬ : ଜୁଆ ଖେଳ ଚାଲୁଥିବା ବେଳେ ମାଡି ବସିଲା ପୋଲିସ, ୩ ଅଟକ। ଭଦ୍ରକ ଜିଲ୍ଲା ତିହିଡି କାଳୀ ପଡିଆରୁ ଏପରି ଖବର ଆସିଛି। ଗୁରୁବାର ସଂଧ୍ଯାରେ କାଳୀପୂଜା ମାହୋଲରେ ପୋଲିସ ଆଖିରେ ଧୂଳି ଦେଇ ଚାଲୁଥିଲା ଜୁଆ ଖେଳ। ପୋଲିସ ଚଢାଉ ବେଳେ ସେମାନଙ୍କ ନିକଟରୁ ନଗଦ ୪ ହଜାର ୫ ଶହ ଟଙ୍କା, ୨ଟି ଗ୍ୟାସ୍ ଲାଇଟ୍ ଏବଂ ଅନ୍ୟାନ୍ୟ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରା ଯାଇଛି। ଏହି ଘଟଣାରେ ପୋଲିସ ବାଲିଚତୁରୀ ଗ୍ରାମର ବାବାଜୀ ଓରଫ ପ୍ରଫୁଲ ମଲିକ୍, କେଳାସାହି ଗ୍ରାମର ପଦିଆ ଓରଫ ପଦ୍ମାଲୋଚାନ୍ ଦାସ ଓ ଗୁଡୁପାଳ ଗ୍ରାମର ସନାତନ ମଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |