କଟକ, (ଉତ୍କଳ ନ୍ୟୁଜ ).୧୩-୧୧-୨୬ : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ କଟକ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା (2nd Rank in Best District Category) ଭାବେ ସମ୍ମାନିତ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଉନ୍ନତି ପାଇଁ କଟକ ଜିଲ୍ଲାକୁ ଏହି ଗୌରବମୟ ସ୍ୱୀକୃତି ପ୍ରଦାନ କରାଯାଇଛି। ଭୁବନେଶ୍ୱରଠାରେ ଆଜି ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କଠାରୁ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପୁରସ୍କାର ଓ ସମ୍ମାନପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ମଞ୍ଚରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସଫଳତା ଜିଲ୍ଲାର ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସାମୂହିକ ପ୍ରୟାସର ପରିଣାମ। ଏହି ସମ୍ମାନ କଟକ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ନୂତନ ଉତ୍ସାହ ଓ ପ୍ରେରଣା ଯୋଗାଇବା ସହ ଆଗାମୀ ଦିନରେ ଆହୁରି ଉନ୍ନତି ପାଇଁ ପଥ ପ୍ରଶସ୍ତ କରିବ।