ପଞ୍ଚାୟତ ନିର୍ବାଚନ ୨୦୨୭ ଏପ୍ରିଲ ମାସ ରେ!

81

କଟକ ( ଉତ୍କଳ ନ୍ୟୁଜ ) ୩/୧୧ /୨୬ : ଆସନ୍ତା ବର୍ଷ ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ | ମେ ମାସରେ ପୌର ନିର୍ବାଚନ ପାଇଁ ଲକ୍ଷ ଅଛି | ଆସନ୍ତା ଜାନୁୟାରୀ ୧ ତାରିଖ ରେ ଚିଠା ଭୋଟର ତାଲିକା ବାହାରିବ | ଫେବ୍ରୁୟାରୀ ୧୫ ତାରିଖ ସୁଦ୍ଧା ଚୂଡାନ୍ତ ତାଲିକା ବାହାର କରିବାକୁ ପ୍ରସ୍ତୁତି କରୁଛୁ | ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ଆଗାମୀ ନିର୍ବାଚନ କୁ ନେଇ ଏ ଭଳି ସୂଚନା ଦେଇଛନ୍ତି | ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି , ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ତିଆରି ପାଇଁ ଘରକୁ ଘର ସର୍ଭେ ଚାଲିଛି |ଆସନ୍ତା ନଭେମ୍ବର ୭ ତାରିଖ ଯାଏଁ ଏହି ଅଭିଯାନ ଚାଲିବ | ପ୍ରଥମ ଥର ପାଇଁ ଓଡିଶା ରେ ଏଇ ଭଳି ସର୍ଭେ ହଉଛି | ଏସଆଇଆର ସହ ଏହାର କୌଣସି ସମ୍ପର୍କ ନାହିଁ | ଗୋଟିଏ ପରିବାର ସବୁ ଭୋଟର ଯେ ଭଳି ଗୋଟିଏ ବୁଥ ରେ ଭୋଟ ଦେଇପାରିବ , ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି | ବିଭିନ୍ନ ସମୟରେ ଦେଖାଯାଉଛି , ଗୋଟିଏ ପରିବାର ର ୩ଜଣ ସଦସ୍ୟ ଭିନ୍ନ ଭିନ୍ନ ବୁଥ ରେ ଭୋଟ ଦେଉଛନ୍ତି |ଏହା ସେମାନଙ୍କ ପାଇଁ ସାମସୟା ପାଲଟୁଛି | ସମସ୍ୟା ଖୋଜି ଏହାକୁ ଏଡ଼ାଇବାକୁ ପଦକ୍ଷେପ ନେଉଛୁ | ଗ୍ରାମାଞ୍ଚଳ ରେ ଚାଲିଥିବା ଏହି ସର୍ଭେ ରେ କୋୖଣସି ସମସ୍ୟା ହେଉନି | କିନ୍ତୁ ସହର ଓ ବିଶେଷ କରି ଆପାର୍ଟମେଣ୍ଟ ରେ ତଥ୍ୟ ମିଳିବାରେ ସମସ୍ୟା ହେଉଛି | କିଛି ସ୍ଥାନ ରେ ଭୋଟର ମାନେ ସର୍ଭେ ଟିମ କୁ ସହଜ କରୁନଥିବା ଶ୍ରୀ ପାଢ଼ୀ କହିଛନ୍ତି | ବାତ୍ୟା ଓ ବନ୍ୟା ସ୍ଥିତି ପାଇଁ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ସର୍ଭେ ସମ୍ପୂର୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଗଞ୍ଜାମ ଜିଲ୍ଲା ରେ ଘରକୁ ଘର ସର୍ଭେ ଅଭିଯାନ ଅବଧି କୁ ବଢ଼ାଇ ଦୁଇ ସପ୍ତାହ ବଢାଯାଇଛି | ସେଠାରେ ନଭେମ୍ବର ୨୧ ତାରିଖ ଯାଏଁ ସର୍ଭେ ଚାଲିବ | ଗଜପତି ଓ କନ୍ଧମାଳ ଜିଲ୍ଲା ରେ