ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ, ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁ ଓ ମା ଙ୍କୁ ଭେଟିଲେ |.
କଟକ ( ଉତ୍କଳ ନ୍ୟୁଜ ) ୨୦-୧୧-୨୬ : ଅତିରିକ୍ତ ଜିଲ୍ଲାପାଳ ଡ ଈପ୍ସିତ ପ୍ରିୟଦର୍ଶିନୀ ମିଶ୍ର ଆଜି କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଆଶ୍ରୟସ୍ଥଳୀଗୁଡ଼ିକରେ ଉପଲବ୍ଧ ମୌଳିକ ସୁବିଧା, ପ୍ରସ୍ତୁତି ଏବଂ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ଏହାପରେ ସେ ଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଗର୍ଭବତୀ ମହିଳା, ସଦ୍ୟଜାତ ଶିଶୁ ଓ ମା’ଙ୍କୁ ଭେଟିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ମା’ ଓ ଶିଶୁଙ୍କ ଯତ୍ନ ଏବଂ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଖବର ନେଇଥିଲେ।