ଭଦ୍ରକରୁ ପୁଣି ବ୍ରାଉନ ସୁଗାର ଜବତ, ଯୁବକ ଗିରଫ, ବ୍ୟବହୃତ ସ୍କୁଟି ଜବତ୍।

218

କଟକ (ଉତ୍କଳ ନ୍ୟୁଜ ) ୧୩-୧୨-୨୦୨୪ : ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ୱାରା ୩୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଯୁବକ ଗିରଫ। ଗିରଫ ଯୁବକ ଜଣଙ୍କ ପୁରୁଣା ବଜାର ଥାନା ଶଙ୍କରପୁର ଗ୍ରାମର ଏହେସାନ ସାହା। ଆଜି ପୁରୁଣା ବଜାର ପୋଲିସ ପକ୍ଷରୁ ସନ୍ଥିଆ ଠାରେ ଗାଡି ଚେକିଂ ଚାଲିଥିବା ବେଳେ ଏହି ଯୁବକ ଜଣଙ୍କ ଗୋଟିଏ ସ୍କୁଟିରେ ସନ୍ଦେହ ଜଣକ ଭାବେ ଆସୁଥିଲେ। ତେଣୁ ପୋଲିସର ସନ୍ଦେହ ହେବାରୁ ତାକୁ ଅଟକାଇ ବାରୁ ତା ନିକଟରୁ ବ୍ରାଉନ୍ ସୁଗାର ବାହାରି ଥିଲା। ତେଣୁ ପୁରୁଣା ବଜାର ପୋଲିସ ସେହି ଯୁବକ ଜଣଙ୍କୁ ଥାନାକୁ ଆଣି ଚେକିଂ କରିବାରୁ ତା ନିକଟରୁ ୩୫ ଗ୍ରାମ ବ୍ରାଉନ ସୁଗାର ବାହାରି ଥିଲା। ଫଳରେ ପୋଲିସ ତାକୁ ଗିରଫ କରିବା ସହିତ ତାଙ୍କ ସ୍କୁଟିରେ ଥିବା ୪ ଗୋଟି ମୋବାଇଲ ଫୋନ, ଆଧାର ଓ ପାନ୍ କାର୍ଡ ସହିତ ତାଙ୍କ ସ୍କୁଟିକୁ ଜବତ କରିଥିଲେ। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |