ନିଶାଦ୍ରବ୍ୟ କାରବାର, ମହିଳା ଗିରଫ !

23

କଟକ ( ଉତ୍କଳ ନ୍ୟୁଜ ). ୨୭-୧୦-୨୬ : ଚୋରା ନିଶାଦ୍ରବ୍ୟ କାରବାର ବେଳେ ଜଣେ ମହିଳା ବେପାରୀକୁ ସୋମବାର ଗିରଫ କରିଛି ଜିଲା ଅବକାରୀ ବିଭାଗ। ସେ ସତୀଚୌରା ଇମାମପଡ଼ା ବସ୍ତିର ରେଶମା ବେଗମ (୨୬) । ତା ପାଖରୁ ୧.୬୨ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ତାକୁ କୋର୍ଟଚାଲାଣ କରାଯାଇଛି ଆଜି ପୂର୍ବାହ୍ନରେ ରେଶମା ନିଶାଦ୍ରବ୍ୟ ଧରି ଏକ ସ୍କୁଟିରେ ଖାନନଗର ମଲାଚଣ୍ଡିଆ ଛକସ୍ଥିତ ସିଏନବିଟି ପାଖକୁ ଆସିଥିଲା। ସେଠାରେ ସେ ଜଣେ ଗ୍ରାହକକୁ ଅପେକ୍ଷା କରିଥିଲା। ଏହି ସୂଚନା ପାଇବା ପରେ ଅବକାର ଅବକାରୀ ଟିମ ସେଠାରେ ଚଢ଼ଉ କରିଥିଲା। ତଲାସି ବେଳେ ତା ପାଖରୁ ବ୍ରାଉନସ ନସୁଗର ଦେବା ମିଳିଥିଲା । ରେଶମା ଦୀର୍ଘଦିନ ହେବ ନିଶା କାରବାରରେ ସଂପୃକ୍ ପୃକ୍ତ ଥୂବା ଜଣାପଡ଼ିଛି। ବସରେ ଯାଉଥିବା ଜଣେ ଗ୍ରାହକଙ୍କୁ ବ୍ରାଉନସୁଗର ଦେବା ଉଦ୍ଦେଶ୍ୟରେ ଷ୍ଟାଣ୍ଡକୁ ଆସିଥିଲା ବୋଲି ଜେରା ବେଳେ ସ୍ୱୀକାର କରିଛି। ନିଶାଦ୍ରବ୍ୟ ସହ ସ୍ଫୁଟିକୁ ଜବତ କରାଯାଇଛି। କଟକ ରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |