ବେଆଇନ ଗୋ-ଚାଲାଣ, ଗାଡି ସମେତ ୧୬ ଗୋରୁ ଜବତ, ଜଣେ ଗିରଫ |

115

କଟକ (ଉତ୍କଳ ନ୍ୟୁଜ ) ୨୪-୦୫-୨୦୨୪ : ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ବାରମ୍ବାର ବିରୋଧ କରାଯାଉଥିଲେ ହେଁ ବେଆଇନ ଗୋ-ଚାଲାଣ ବନ୍ଦ ହେଉନାହିଁ । ଯାହାକୁ ନେଇ ପ୍ରଶାସନ ବିରୋଧରେ ନାନାଦି ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଛି । ପୋଲିସ ତୀକ୍ଷ୍ଣ ନଜର ରଖୁଥିଲେ ମଧ୍ୟ ସେମାନଙ୍କ ଆଖିରେ ଦୂଳିଦେଇ ଖସି ଯାଉଥିଲେ ବେପାରୀ । ତେବେ ଆଜି ସକାଳ ୫ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ଦୋଳସାହି ବଜାର ନିକଟରେ ପୁଲିସ ଏକ ଗୋରୁ ବୋଝେଇ ପିକଅପ୍‌କୁ ପୋଲିସ ଜବତ କରିଥିବା ଜଣାଯାଇଛି । ୧୬ ଗୋଟି ଗୋରୁଙ୍କୁ ଅତି ନିର୍ଦ୍ଦୟ ଭାବରେ ଗୋଟିଏ ଉପରେ ଗୋଟିଏ ଲଦାଯାଇ ଚାଲାଣ କରାଯାଉଥିଲା । ଏହି ଘଟଣାରେ ଆସରଫ ଖାଁ ନାମକ ଜନୈକ ବ୍ୟକ୍ତିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପଶୁ ନିଷ୍ଠୁରତା ଆଇନର ଦଫଳ ଲଗାଯାଇଥିବା ଜଣାଯାଇଛି । ଗୋରୁ ଗୁଡ଼ିକୁ ସିମୁଳିଆ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |