କଟକ ( ଉତ୍କଳ ନ୍ୟୁଜ ) ୫-୧୧-୨୬ : ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ସମୟରେ ଗଣ୍ଡଗୋଳ ଓ ମାରପିଟ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ | ଘଟଣାର ବିବରଣୀ ଅନୁଯାୟୀ, ତା. ୨୯.୧୦.୨୦୨୬ ରିଖ ରାତ୍ର ପ୍ରାୟ ୧୦.୦୦ ଘଟିକା ସମୟରେ ସପନପୁର ଗ୍ରାମରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ଚାଲିଥିଲା। ନିର୍ଦ୍ଧାରିତ ସମୟ ରାତି ୧୦ଟା ପରେ ନିୟମ ଅନୁଯାୟୀ ଲାଉଡ୍ ସ୍ପିକର ବନ୍ଦ କରାଯାଇଥିଲା। ତେବେ ଅଭିଯୁକ୍ତ ମନୋଜ କୁମାର ଜେନା ରାତି ୧୨ଟା ପର୍ଯ୍ୟନ୍ତ ମାଇକ୍ ବଜାଇବାକୁ ଜିଦ୍ ଧରିଥିଲେ। ଏହାକୁ ଗ୍ରାମର ୱାର୍ଡ ସଭ୍ୟ ତଥା ଅଭିଯୋଗକାରୀ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ଠେଲାପେଲା କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଏକ ଠେଙ୍ଗା ଧରି ଆସି ଅଭିଯୋଗକାରୀଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କର ରକ୍ତାକ୍ତ ଆଘାତ ହୋଇଥିଲା। ଅନ୍ୟ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଆସୁଥିବା ଦେଖି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅଭିଯୋଗକାରୀ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଏବଂ ପରେ ପଦ୍ମିନୀ କେୟାର ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଜଣଙ୍କ ହେଲା ଅଭିଯୁକ୍ତ ମନୋଜ କୁମାର ଜେନା (୩୫), ପିତା- ଯୋଗେନ୍ଦ୍ର ଜେନା, ଗ୍ରାମ- ସପନପୁର, ଥାନା- ଟାଙ୍ଗୀ, ଜିଲ୍ଲା- କଟକଙ୍କୁ ଟାଙ୍ଗୀ ପୋଲିସ ତା. ୦୪.୧୧.୨୦୨୬ ରିଖ ସକାଳ ୧୦.୦୦ ଘଟିକା ସମୟରେ ଗିରଫ କରିଛି ପୋଲିସ । ମାମଲାର ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ASI ଶ୍ରୀକାନ୍ତ ବେହେରା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହିତ ଅପରାଧରେ ବ୍ୟବହୃତ ଠେଙ୍ଗାଟିକୁ ଉପଯୁକ୍ତ ଜବତ ତାଲିକା ମାଧ୍ୟମରେ ଜବତ କରାଯାଇଥିଲା। ତଦନ୍ତରୁ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ତାଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇ ତା. ୦୪.୧୧.୨୦୨୬ ରିଖରେ ମାନ୍ୟବର ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ (JMFC), ଟାଙ୍ଗୀ-ଚୌଦ୍ୱାର, କଟକଙ୍କ ଅଦାଲତକୁ ଚାଲାଣ କରାଯାଇଛି।