୨୫ କେଜି ଗଞ୍ଜେଇ ଜବତ କଲା ଚୌଦ୍ୱାର ଥାନା ପୋଲିସ |

64

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ :କଟକରୁ ଗଞ୍ଜେଇ ବେପାରୀ ଗିରଫ। ୨ ବେପାରୀକୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ। ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଫୁଲବାଣୀରୁ ଏହି ଗଞ୍ଜେଇ ଚୌଦ୍ଵାର ଆସିଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା । ସେମାନଙ୍କ ନିକଟରୁ କାର, ନକଲି ନମ୍ବର ପ୍ଲେଟ ଜବତ କରାଯାଇଛି। ଗଞ୍ଜେଇ ବେପାରୀଙ୍କୁ ଏସ୍କର୍ଟ ଦେଉଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି | ଖୁବଶୀଘ୍ର ସେମାନେ ଧରା ପଡ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି |