ବେଆଇନ୍ ଗୋ-ଚାଲାଣ, ୧୦ଟି ଗୋରୁ ଉଦ୍ଧାର

48

କଟକ(ଉତ୍କଳ ନିଉଜ)୨୧/୦୭/୨୦୨୫ : ବେଆଇନ୍ ଗୋ-ଚାଲାଣ, ୧୦ଟି ଗୋରୁ ଉଦ୍ଧାର । ବ୍ୟବହୃତ ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଥିବା ଚାଳକକୁ ଗିରଫ୍ କରିଛି ପୋଲିସ । ରାତିରେ ନୁହେଁ ବରଂ ଦିନରେ ଗୋମାଫିଆ ବେଆଇନ୍ ଭାବେ ଗୋ-ଚାଲାଣ କରୁଥିଲା । ସୋମବାର ମଧ୍ୟାହ୍ନରେ ଘଟଣା ପଦାକୁ ଆସିଥିଲା । ଗୋରୁ ବୋଝେଇ ଗାଡିଟି ତିହିଡି ବଜାରରେ ଧରା ପଡିଥିଲା । ମତୋ ବଜାର ଆଡୁ ଆସୁଥିବା ଉକ୍ତ (ନମ୍ବର ବିହୀନ)ଗାଡିକୁ ପୂର୍ବ ପ୍ରସ୍ତୁତି କ୍ରମେ କେତେକ ଯୁବକ ଧରି ପୋଲିସର ଜିମା ଦେଇଥିଲେ । ଏନେଇ ପୋଲିସ ଏକ ମାଲଲା ୨୪୯/୨୫ ରୁଜୁକରି ଅଭିଯୁକ୍ତ ଚାଳକ ମତୋ ପରମାନନ୍ଦପୁର ଗ୍ରାମର ମଜବୁର ରହେମାନକୁ ଗିରଫ କରିଛି ଏବଂ ସେଥିରେ ସଂପୃକ୍ତ ଜଣେ ନାବାଳକକୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଉଦ୍ଧାର ଗୋରୁଗୁଡିକୁ ସୟାସ୍ଥିତ ପତିତପାବନ ଗୋଶାଳାରେ ଛଡ଼ା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।