ଯୁଦ୍ଧ ପାଇଁ ପୁଅ ର ବିବାହ ୨ ଥର ଘୁଞ୍ଚିଛି :ନେତାନ୍ୟାହୁ

48

କଟକ,(ଉତ୍କଳ ନ୍ୟୁଜ),୨୧.୬.୨୦୨୫ : ଇସ୍ରାଏଲ-ଇରାନ ଯୁଦ୍ଧ ଘନଉଥିବା ବେ‌ଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇତିମଧ୍ୟରେ କହିଛନ୍ତି ଯେ ଆମ ସମସ୍ତଙ୍କୁ ଯୁଦ୍ଧପାଇଁ କିଛି ନା କିଛି ମୂଲ୍ୟ ଦେବାକୁ ପଡ଼ୁଛି। ନେତାନ୍ୟାହୁ କହିଛନ୍ତି, ଆମେ ସମସ୍ତେ ଯୁଦ୍ଧ ପାଇଁ ବ୍ୟକ୍ତିଗତ କ୍ଷତି ସହୁଛେ ଏବଂ ମୋ ପରିବାର ଏଥିରୁ ବାଦ୍‌ ପଡ଼ିନାହିଁ। କ୍ଷେପଣାସ୍ତ୍ର ବିପଦ ପାଇଁ ଦ୍ବିତୀୟ ଥର ପାଇଁ ମୋ ପୁଅ ଆଭ୍‌ନରର ବାହାଘର ସ୍ଥଗିତ ରଖାଯାଇଛି। ଏହା ମୋ ପୁଅର ଭାବି ପତ୍ନୀ ପାଇଁ ମଧ୍ୟ ଏକ ବ୍ୟକ୍ତିଗତ କ୍ଷତି। ମୁଁ ମଧ୍ୟ କହିବା ଉଚିତ ଯେ ମୋ ପତ୍ନୀ ଜଣେ ହିରୋ, କାରଣ ସେ ବି ବ୍ୟକ୍ତିଗତ ମୂଲ୍ୟ ଦେଉଛନ୍ତି। ନେତାନ୍ୟାହୁ ପୁଣିଥରେ କହିଛନ୍ତି ଯେ ଇରାନ ସହ ଯୁଦ୍ଧରେ କିଛି ଲୋକ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟ ଏଥିପାଇଁ ଦୁଃଖ ପ୍ରକାଶ କରୁଛନ୍ତି।