ଦେଶରେ କରୋନା ସଂକ୍ରମଣ ବଢୁଛି |

102

କଟକ(ଉତ୍କଳ ନ୍ୟୁଜ) ୨୭.୫.୨୦୨୫ : ଦେଶରେ ଗତ ଗୋଟିଏ ସପ୍ତାହ ହେବ କରୋନା ସଂକ୍ରମଣ ବଢୁଛି | କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି | ଏଥିସହ ଦେଶରେ ମୋଟ ସକ୍ରିୟ ମାମଲା ୧ ହଜାର ଟପିଯାଇଛି | କେରଳ ,ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି |କେରଳରେ ୩୩୫ ସଦ୍ୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଏଥିସହ କେରଳରେ ମୋଟ ସକ୍ରିୟ ମାମଲା ୪୩୦ରେ ପହଞ୍ଚିଛି |ଅନ୍ୟପକ୍ଷେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଯଥାକ୍ରମେ ୧୫୩ ଓ ୯ ନୂଆ ମାମଲା ଚିହ୍ନଟ ହୋଇଛି | ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଏବେ ସକ୍ରିୟ ମାମଲା ଯଥାକ୍ରମେ ୨୦୯ ଏବଂ ୧୦୪ ଅଛି |ଗୁଜୁରାଟରେ ୮୩, କର୍ଣ୍ଣାଟକରେ ୪୭ , ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ମାମଲା ଚିହ୍ନଟ ହୋଇଛି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଇତି ମଧ୍ୟରେ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧିକୁ ନେଇ ଭୟ କରିବାର କିଛି କାରଣ ନାହିଁ | ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରହିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ,କରୋନା ସଂକ୍ରାନ୍ତରେ ଆମ ନିକଟରେ ବିସ୍ତୃତ ବିବରଣୀ ରହିଛି |