ଧର୍ମାନ୍ତରଣ ରୢାକେଟ୍‌ର ମୁଖ୍ୟ ଛଙ୍ଗୁର ବାବାଙ୍କୁ ଗିରଫ କଲା ଇଡି |

32

କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ :ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ବେଆଇନ ଧର୍ମାନ୍ତରଣର ଏକ ବିଶାଳ ନେଟୱର୍କର ପର୍ଦ୍ଦାଫାସ କରିବା ସହ ଏଥିରେ ଜଡ଼ିତ ମୁଖ୍ୟ ସଂଚାଳକମାନଙ୍କୁ ଗିରଫ କରିଛି। ଏହି ମାମଲା ସହିତ ବଡ଼ ଧରଣର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍ନାକୁ ଆସିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧର୍ମାନ୍ତରଣ ରୢାକେଟ୍‌ର ମୁଖ୍ୟ କରିମୁଲ୍ଲା ଶାହା ଓରଫ୍‌ ଛଙ୍ଗୁର ବାବା ବିରୋଧରେ ମାମଲା ରୁଜୁ କରିଛି। ବିଶେଷ କରି ଅନୁସୂଚିତ ଜାତି ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଟାର୍ଗେଟ କରି ଧର୍ମପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଛଙ୍ଗୁର ବାବା ବିଦେଶୀ ପାଣ୍ଠି ଓ ବ୍ୟାପକ ଜାଲିଆତି ଉପାୟ ଅବଲମ୍ବନ କରୁଥିଲା। ଏହି ପ୍ରକ୍ରିୟାରେ ଛଙ୍ଗୁର ବାବା କିଛି ବର୍ଷ ମଧ୍ୟରେ ବିଦେଶରୁ ୧୦୦ କୋଟିରୁ ଅଧିକ ଟଙ୍କା ହାସଲ କରିଥିବା ଜଣାପଡ଼ିଛି। ୟୁପି ଏଟିଏସ୍‌ର ବିସ୍ତୃତ ଅଭିଯୋଗ ପରେ ଇଡି ଜୁଲାଇ ୯ରେ ପ୍ରଥମ ମାମଲା ରୁଜୁ କରିଥିଲା। ଚାନ୍ଦ ଓଲିଆ ଦରଘା ପରିସରରୁ ଏହି ଧର୍ମାନ୍ତରଣ ରୢାକେଟ୍ ସହ ଜଡିତ ମନି ଲଣ୍ଡରିଂ ଅପରାଧର ଖୋଳତାଡ଼ ଜାରି ରହିଛି ।