କଟକ,(ଉତ୍କଳ ନ୍ୟୁଜ),୭.୬.୨୦୨୫ : ଏପ୍ରିଲ ୨୨ ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି | ସିନ୍ଧୁ ଜଳ ଛାଡିବା ପ୍ରକ୍ରିୟାକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏହା ନେଇ ପାକିସ୍ତାନ ଗଭୀର ଚିନ୍ତା ପ୍ରକଟ କରିଛି | ଭାରତର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ପାକିସ୍ତାନ ଅନୁରୋଧ କରିଛି ଏବଂ ଏଥିପାଇଁ ଭାରତକୁ ୪ଟି ଚିଠି ମଧ୍ୟ ପଠାଇଛି | ଅପରେସନ ସିନ୍ଦୂର ପୂର୍ବରୁ ମେ" ଆରମ୍ଭରେ ପାକିସ୍ତାନ ଭାରତକୁ ପ୍ରଥମ ଚିଠି ପଠାଇଥିଲା | ଅପରେସନ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇଛି | ସିନ୍ଧୁ ଜଳ ଚୁକ୍ତି ରଦ୍ଧ ନିଷ୍ପତି ଉପରେ ପୁନର୍ବାର କରିବାପାଇଁ ଭାରତକୁ ପାକିସ୍ତାନ ବାରମ୍ବାର ଅନୁରୋଧ କରିଛି |