କଟକ,(ଉତ୍କଳ ନ୍ୟୁଜ),୦୯.୦୭.୨୦୨୫ : ବ୍ୟାଙ୍କିଂ, ବୀମା , ଡାକସେବା କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର ଦେଶବ୍ୟାପୀ ଧର୍ମଘଟ ତଥା "ଭାରତ ବନ୍ଦ" ରେ ସାମିଲ ହେବାର ସମ୍ଭାବନା ରହିଛି | ସରକାରଙ୍କ ଶ୍ରମିକ ବିରୋଧୀ ,କୃଷକ ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସେମାନଙ୍କ ସହଯୋଗୀଙ୍କୁ ନେଇ ଗଠିତ ଏକ ମଞ୍ଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି | ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଂଗ୍ରେସର ଅମରଜିତ କୌର କହିଛନ୍ତି ,୨୫ କୋଟିରୁ ଅଧିକ ଶ୍ରମିକ ଏହି ଧର୍ମଘଟରେ ସାମିଲ ହେବେ ବୋଲି ଆଶା କରାଯାଉଛି |