ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ରୁଷ |

56

କଟକ(ଉତ୍କଳ ନ୍ୟୁଜ) ୨୬.୫.୨୦୨୫ : ୟୁକ୍ରେନରେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସକୁ ରୁଷ ବଡ ଝଟକା ଦେଇଛି |ଗତରାତିରେ ରୁଷର ଭୟଙ୍କର ଆକ୍ରମଣରେ ୟୁକ୍ରେନର ସହର ଗୁଡିକରେ ଧ୍ବଂସଲୀଳ ଦେଖିବାକୁ ମିଳିଛି | ରାଜଧାନୀ କିବ ସମେତ ୨୦ରୁ ଅଧିକ ଅଞ୍ଚଳରେ ରୁଷ ସେନା ୪୦୦ରୁ ଅଧିକ ଡ୍ରୋନ ଓ କ୍ଷପଣାସ୍ତ୍ରରେ ଆକ୍ରମଣ କରିଥିଲା ଯାହା କି ଯୁଦ୍ଧର ସବୁଠାରୁ ବଡ ଆକାଶମାର୍ଗ ଆକ୍ରମଣ ବୋଲି କୁହାଯାଇଛି | ଏହି ଆକ୍ରମଣରେ ଶତାଧିକ ପ୍ରତିଷ୍ଠାନ ନଷ୍ଟ ହୋଇଥିବା ବେଳେ ୩ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି | କିବ ,ଖାରକିଭ , ମାଇକୋଲାଇଭ ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି ବୋଲି ସୂଚନା ମିଳିଛି |