କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି | ଜୁନ ୫ରେ ମନ୍ଦିରର ପ୍ରମୁଖ "ରାମ ଦରବାର " ସମେତ ଅନ୍ୟ ମନ୍ଦିରଗୁଡିକର ପ୍ରାଣପ୍ରତିଷ୍ଠା ହେବା |ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କିମ୍ବା ରାଜ୍ୟର କୌଣସି ବଡ ନେତା କିମ୍ବା ଭିଆଇପି ଅତିଥି ଯୋଗ ଦେବେନାହିଁ ବୋଲି ଶ୍ରୀ ରାମ ଜନ୍ମଭୂମି ନିର୍ମାଣ କମିଟି ଅଧକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି |