କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଏବେ ନୂଆ ମୋଡ ନେଇଛି|ଆମେରିକା ଏହି ଯୁଦ୍ଧରେ ଆଜି ସାମିଲ ହେବା ସହ ଇରାନର ନାତାଞ୍ଜା , ଫୋର୍ଡ଼ ଓ ଇସ୍ପାହାନ ପରମାଣୁ ଘାଟିକୁ ବିମାନ ଆକ୍ରମଣରେ ଧ୍ୱସ୍ତ କରିଛି | ଅପରେସନ "ମିଡ଼ନାଇଟ ହାମର" ଅଧୀନରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷି ବିମାନ "ବି -୨" ଓ ବଙ୍କର ଵେଷ୍ଟର ବୋମା "ଜିବିଯୁ-୫୭" ବ୍ୟବହାର କରି ଆମେରିକା ଏହି ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି ,ଏହା ଅତ୍ୟନ୍ତ ସଫଳ ହୋଇଛି ଏବଂ ଇରାନ ଯଦି ପ୍ରତିଆକ୍ରଣମନ କରେ ତା'ହେଲେ ଆହୁରି ସାଙ୍ଘାତିକ ପରିଣାମ ଭୋଗିବ |ଏହି ଆକ୍ରମଣରେ ଆମେରିକା ୩୦ଟି ଟମହାକ କ୍ଷପଣାସ୍ତ୍ର ମଧ୍ୟ ବ୍ୟବହାର କରି ପ୍ରଳଙ୍କାରି କ୍ଷୟକ୍ଷତି ଘଟାଇଛି | ଆଜି ଭାରତୀୟ ସମୟ ଭୋର ୪ଟା .୩୦ରେ ଆମେରିକା ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ପୂରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି | ଚୀନ, ରୁଷ ,ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ର ଏହାର କଡା ନିନ୍ଦା କରିଥିବା ବେଳେ ଏଭଳି ଆକ୍ରମଣ ବିଶ୍ୱକୁ ଯୁଦ୍ଧମୁଁହା କରିବା ଭଳି ପଦକ୍ଷେପ ବୋଲି ଜାତିସଂଘ କହିଛି |