ୱକଫ ଉପରେ ଶେଷ ରାୟ ଶୁଣାଇଲେ ସୁପ୍ରିମକୋର୍ଟ |

69

କଟକ(ଉତ୍କଳ ନ୍ୟୁଜ)୨୩.୫.୨୦୨୫: ୱକଫ(ସଂଶୋଧନ) ଆଇନ -୨୦୨୫ ଉପରେ ସୁପ୍ରିମକୋର୍ଟରେ ଲଗାତାର ତୃତୀୟ ଦିନ ପାଇଁ ଶୁଣାଣି ହୋଇଛି | ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପିଠ ଏହି ମାମଲାରେ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି | ଶେଷ ଦିବସ ଶୁଣାଣିରେ ଆଧ୍ୟାତ୍ମିକ ତର୍କ ଦେଖିବାକୁ ମିଳିଥିଲା | କେନ୍ଦ୍ର ସରକାର ଗତକାଲି କୋର୍ଟରେ ଯୁକ୍ତି ରଖିଥିଲେ ଯେ ୱକଫ ଇସଲାମରେ କେବଳ ଏକ ଦାନ ଏବଂ ଏହା ଇସଲାମରେ ଅପରିହାର୍ଯ୍ୟ ଅଙ୍ଗ ନୁହେଁ | ଆଜି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ ଜୀଵୀ କପିଳ ସିବଲ ଏହାକୁ ନେଇ ଆପତ୍ତି ଉଠାଇ କହିଥିଲେ- "ୱକଫ ପ୍ରତି ,ପରକାଳ ପ୍ରତି ସମର୍ପଣ | ଏହା କେବଳ ସମାଜ ପାଇଁ ଦାନ ନୁହେଁ ,ବରଂ ଇଶ୍ୱରଙ୍କ ପ୍ରତି ,ସମର୍ପଣ |