କଟକ (ଉତ୍କଳ ନ୍ୟୁଜ) ୩୧.୫.୨୦୨୫ : ସିକିମ ଦୁର୍ଘଟଣାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ ନିଖୋଜ ହୋଇଛନ୍ତି | ସେମାନେ ହେଲେ ଯାଜପୁରରୋଡ଼ ଥାନା ବ୍ୟାସନଗର ପୌରାଞ୍ଚଳ ୧୬ ନଂ ୱାଡ଼ ଉମାପଦା ଗ୍ରାମର ଇତିଶ୍ରୀ ଜେନା, ତାଙ୍କ ବଡପୁଅ ସାହିଲ (୨୨),ଇତିଶ୍ରୀଙ୍କ ସାନଭାଇ ଅଜିତ (୪୮) ଓ ଭାଉଜ ସୁନିତା (୪୦) | ତେବେ ଇତିଶ୍ରୀଙ୍କ ସାନପୁଅ ସାଇରାଜ (୨୦) ଓ ପୁତୁରା ଅଂଶୁମାନ (୧୭) ଗୁରୁତର ଆହତ ହୋଇ ଡାକ୍ତରଖାନରେ ଚିକିତ୍ସଛିତ ହେଉଛନ୍ତି |