ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚରାପତିଙ୍କୁ ସମାନ ପେନସନ |

78

କଟକ (ଉତ୍କଳ ନ୍ୟୁଜ) ୨୦.୫.୨୦୨୫ : ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ ଓ ସମାନ ପେନସନ ଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି | ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଜଟ) ର ବିଚାରପତି ଓ ସମସ୍ତ ଜିଲ୍ଲା ଜଜଙ୍କୁ ଅବସର ପରବର୍ତ୍ତୀ ସମାନ ସୁବିଧା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି | ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚରାପତିଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚରାପତିଙ୍କୁ ବାର୍ଷିକ ୧୩.୫ ଲକ୍ଷ ଟଙ୍କା ପେନସନ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଗୱାଇଙ୍କ ନେତୃତ୍ଵାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି |