ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟ ୪ ହଜାର ଟପିଲା |

156

କଟକ,(ଉତ୍କଳ ନ୍ୟୁଜ) ୩.୬.୨୦୨୫ : ସୋମବାର ସକାଳେ ଭାରତର ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୩,୯୬୧ ଥିଲା ଏବଂ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ଟି ନୂଆ ମାମଲା ରେକର୍ଡ କରାଯାଇଛି |କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୦୩ଟି ନୂଆ ମାମଲା ପଞ୍ଜିକୃତ ହୋଇଛି | ଦିଲ୍ଲୀରେ ଆଉ ଜଣେ କୋଭିଡ-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ସମୁଦାୟ ମୃତ୍ୟୁ ୪ ରେ ପହଁଚିଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୮୩କୁ ବୃଦ୍ଧି ପାଇଛି | ବର୍ତ୍ତମାନ ସର୍ବାଧିକ ପ୍ରଭାବିତ ରାଜ୍ୟ କେରଳରେ ୧୪୩୫,ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩ ,ପଶ୍ଚିମବଙ୍ଗରେ ୩୩୯,ଓ ଗୁଜୁରାଟ ରେ ୩୩୮ ସକ୍ରିୟ ମାମଲା ରହିଛି |