ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ବେସାମରିକ ସମ୍ମାନ |

72

କଟକ,(ଉତ୍କଳ ନ୍ୟୁଜ),୦୯.୦୭.୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ୱିକ ଖ୍ୟାତିରେ ଆଜି ଆଉ ଏକ ଅଧ୍ୟାୟ ଯୋଡି ହୋଇଛି | ବ୍ରାଜିଲ ସରକାର ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ "ଗ୍ରାଣ୍ଡ କଲାର ଅଫ ଦି ନ୍ୟାସନାଲ ଅର୍ଡ଼ର ଅଫ ଦି ସାଉଥ କ୍ରସ " ରେ ସମ୍ମାନିତ କରିଛନ୍ତି | ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି | ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଏବଂ ପ୍ରମୁଖ ବୈଶ୍ୱିକ ପ୍ଲାଟଫର୍ମରେ ଭାରତ- ବ୍ରାଜିଲ ସହଯୋଗ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି | ୨୦୧୪ ମେ" ମାସରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ କରିବା ପରଠାରୁ ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଏହା ହେଉଛି ୨୬ତମ ଅନ୍ତର୍ଜାତୀୟ ସମ୍ମାନ |