କଟକ,(ଉତ୍କଳ ନ୍ୟୁଜ) ୫.୬.୨୦୨୫ : ସଂସଦର ମୌସୁମି ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ | କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏ ସଂକ୍ରାନ୍ତ ସୂଚନା ଦେଇଛନ୍ତି | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିର ସୁପାରିଶକ୍ରମେ ଏ ବିବାଦ କାର୍ଯ୍ୟସୂଚୀ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି | ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ନିୟମ ଅନୁଯାୟୀ ମୌସୁମୀ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇପାରିବ | ତିନି ମାସରୁ ଅଧିକ ସମୟ ବ୍ୟବଧାନ ପରେ ଜୁଲାଇ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦର ଉଭୟ ଗୃହରେ ଅଧିବେଶନ ଡକାଯିବ ବୋଲି ସେ କହିଛନ୍ତି |