କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ରାଜସ୍ଥାନର ଝାଲବାଡ ଜିଲ୍ଲା ସ୍ଥିତ ପିପଲୋଡ଼ ଗ୍ରାମରେ ଶୁକ୍ରବାର ସକାଳେ ଏକ ପ୍ରାଥମିକ ସ୍କୁଲ ଛାତ ଭୁଶୁଡି ପଡିବା ଫଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି | ଆଜି ପିଲାମାନେ ଶ୍ରେଣୀଗୃହରେ ଥିଲାବେଳେ ହଠାତ ଛାତ ଭୁଶୁଡି ପଡିଥିଲା | ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲେ ମଧ୍ୟ ୭ ଜଣ ଛାତ୍ରଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା | ଅନ୍ୟ ୨୯ ଜଣ ଆହତ ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଏହି କୋଠାଟି ୨୦ ବର୍ଷ ପୁରୁଣା | କୋଠାର ଛାତ ପଥର ସ୍ଲାବରେ ନିର୍ମାଣ ହୋଇଥିବାରୁ ଏହା ଅଧିକ ଘାତକ ହୋଇଥିଲା | ଘଟଣା ଘଟିବା ସମୟରେ ସ୍କୁଲରେ ୩୫ ଜଣ ଛାତ୍ର ଥିଲେ | ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି | ଏହାସହ କୋଟା ଡିଭିସନାଲ କମିଶନର ରାଜେନ୍ଦ୍ର ସିଂହ ଝାଲବାଡ଼ ଜିଲ୍ଲା ହସ୍ପିଟାଲରେ ପହଂଚି ଆହତ ଛାତ୍ରଙ୍କୁ ଭେଟିଛନ୍ତି |