ଅଗଷ୍ଟରୁ ୟୁପିଆଇ ସେବାଗୁଡିକରେ କଟକଣା |

85

କଟକ(ଉତ୍କଳ ନ୍ୟୁଜ) ୨୭.୫.୨୦୨୫ : ୟୁପିଆଇ ସେବାରେ ନିୟମିତ ବ୍ୟବଧାନରେ ହେଉଥିବା ବିଭ୍ରାଟ ରୋକିବା ଲାଗି କେତେକ ସେବା ଉପରେ କଟକଣା ଲଗାଇବା ବିଷୟରେ ବିଚାର କରାଯାଉଛି |ବାଲାନ୍ସ ଅନୁସନ୍ଧାନ, ସ୍ୱୟଂକ୍ରିୟ ପେମେଣ୍ଟ, କାରବାର ସ୍ଥିତି ଯାଞ୍ଚ କରିବା ଭଳି କଟକ ସେବାର ସୀମା ନିର୍ଧାରଣ କରାଯିବ | ଅର୍ଥାତ ଗ୍ରାହକମାନେ ଦିନକୁ ନିର୍ଦ୍ଧିଷ୍ଟ କିଛି ଥର ଏହି ସେବା ବ୍ୟବହାର କରିପାରିବେ | ଫଳରେ ୟୁପିଆଇ କାରବାର ଉପରେ ସୃଷ୍ଟି ହେଉଥିବା ଚାପ କାମ ହେବ |ଅଗଷ୍ଟରୁ ଏହି ପରିବର୍ତ୍ତନଗୁଡିକୁ ଲାଗୁ କରାଯିବ |