କଟକ,(ଉତ୍କଳ ନ୍ୟୁଜ), ୭.୬.୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କରିଛନ୍ତି | ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର -ବରମୁଳା ରେଳ ଲିଙ୍କ (ୟୁଏସବିଆରଏଲ) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରୁଛି | କାଶ୍ମୀରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ "ସିନ୍ଦୂର" ପରେ ପ୍ରଥମ ଥର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଏକ ଦୃଢ ବାର୍ତ୍ତା ଦେଇଛି ଯେ ତାଙ୍କ ସରକାର ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶୃତିବଦ୍ଧ | ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି |ଚେନାବ ସେତୁ ଉଦଘାଟନ କରିବାର କିଛି ମୁହୂର୍ତ ପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ହଲାଇ ସେତୁ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା | ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ,ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଜାମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନ| ଉପସ୍ଥିତ ଥିଲେ |