ବଜ୍ରପାତରେ ଗଲା ୧୬ ଜୀବନ :ପଶ୍ଚିମବଙ୍ଗ |

119

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ପଶ୍ଚିମବଙ୍ଗରେ ବଜ୍ରପାତରେ ୧୬ଜଣଙ୍କର ମୃତ୍ୟୁ ହୋଇଯାଇଛି | ଲଘୁଚାପ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟାରେ ବଜ୍ରପାତ ଅକାଳରେ ୧୬ଟି ଜୀବନ ନେଇଯାଇଛି | ଅଧିକାଂଶ ମୃତକ କୃଷକ ବୋଲି ଜଣାପଡିଛି | ଅନ୍ୟପକ୍ଷେ ଆଜି ମୁମ୍ବାଇରେ ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଥିବା ବେଳେ ଆଇଏମଡି ରେଡ ଆଲର୍ଟ ଜାରି କରିଛି | ଜାମୁକାଶ୍ମୀରରେ ଜୁଲାଇ ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ନେଇ ଏବଂ ହିମାଚଳପ୍ରଦେଶ , ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଇଏମଡି ଆର୍ଲଟ ଜାରି କରିଛି | ପଞ୍ଜାବ ଏବଂ ହରିୟାଣାରେ ଜୁଲାଇ ୨୭ ଏବଂ ୨୮ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି |