| କଟକ,(ଉତ୍କଳ ନ୍ୟୁଜ) ୩.୬.୨୦୨୫ : ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଆଜି ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ତୁର୍କୀ ରାଜଧାନୀ ଇସ୍ତାମବୁଲ ଠାରେ ହୋଇଛି | ତୁର୍କୀ ବିଦେଶ ମନ୍ତ୍ରୀ ହକନ ଫିଦାନଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ବୈଠକରେ ଉଭୟ ପକ୍ଷ ଅଧିକ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ହସ୍ତାନ୍ତର କରିବା ପାଇଁ ରାଜି ହୋଇଛନ୍ତି | ଏଥିସହ ମୋଟ ୧୨ ହଜାର ମୃତ ମୃତ ସୈନିକଙ୍କ ଶରୀରକୁ ଫେରେଇବା ନେଇ ମଧ୍ୟ ସହମତି ପ୍ରକାଶ ପାଇଛି | ପ୍ରତ୍ୟକ ପକ୍ଷ ୬ ହଜାର ଲେଖାଏଁ ମୃତ ସୈନିକଙ୍କ ଶରୀର ହସ୍ତାନ୍ତର କ୍ରୀକେ ବୋଲି କହିଛନ୍ତି | ପ୍ରାୟ ଘଣ୍ଟାଏ ଭିତରେ ଶେଷ ହୋଇଥିବା ଆଲୋଚନାରେ ଅସ୍ତ୍ରବିରତି ନେଇ କୋୖଣସି ସୁଫଳ ମିଳିନାହିଁ | ସାମୟିକ ଅସ୍ତ୍ରବିରତି ପରିବର୍ତ୍ତେ ରୁଷ ଦୀର୍ଘ ମିଆଦୀ ସମାଧାନ ଚାହୁଁଛି | ଅନ୍ୟପକ୍ଷେରେ କିବ କହିଛି ପୁଟିନ ଶାନ୍ତି ପ୍ରତି ଆଗ୍ରହୀ ନାହାନ୍ତି |