ବଡୋଦରା ପୋଲ ଭୁଶୁଡିବା ଘଟଣା ମୃତ୍ୟୁ ସଂଖ୍ୟା ୧୭ ତିନି ଏବେ ବି ନିଖୋଜ |

52

କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ନଦୀପୋଲ ଭୁଶୁଡି ପଡିବା ଘଟଣାରେ ଆଉ ୪ଟି ମୃତଦେହ ଉଦ୍ଧାର ହେବାପରେ ମୃତକଙ୍କ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି |ବୁଧବାର ସକାଳେ ପଦରା ସହର ନିକଟସ୍ଥ ଗମ୍ଭୀରା ଗ୍ରାମ ନିକଟରେ ୪ ଦଶନ୍ଧି ପୁରୁଣା ପୋଲର କିଛି ଅଂଶ ଅଭୁଶୁଡ଼ି ପଡିବା ପରେ ମହିସାଗର ନଦୀରେ ୫ଟି ଗାଡି ଖସି ପଡିଥିଲା | ବୁଧବାର ରାତିରେ ନଦୀରୁ ଆଉ ୬ ଟି ମୃତଦେହ ଉଦ୍ଧର ହେବ ପରେ ପୋଲ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି | ବଡୋଦରା ଜିଲ୍ଲାପାଳ ଅନିଲ ଧମେଲିଆଙ୍କ କହିବା ଅନୁସାରେ ,ଅତି କାମରେ ୩ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି |