କଟକ (ଉତ୍କଳ ନ୍ୟୁଜ ) ୧୯-୦୮-୨୦୨୫ : ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି | ବାର୍ତ୍ତାଳାପ କାଳରେ ପୁଟିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ସହିତ କରିଥିବା କଥାବାର୍ତ୍ତା ବାବଦରେ ମୋଦିଙ୍କୁ ଅବଗତ କରାଇଛନ୍ତି |ପୁଟିନଙ୍କ ଫୋନ କଲ ଓ ଆଲାସ୍କା କଥାବର୍ତ୍ତାର ତଥ୍ୟ ପ୍ରଦାନ ପାଇଁ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମୋଦୀ କହିଛନ୍ତି ଯେ କୂଟନୀତି ଏବଂ ଆଲୋଚନା ଜରିଆରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ସ୍ଥିର ମନୋଭାବ ଅତୁଟ ରହିଛି | ଏ ଦିଗରେ ସବୁ ପ୍ରକାର ପ୍ରୟାସକୁ ଭାରତ ସମର୍ଥନ କରିଥାଏ ବୋଲି ସେ ଦୋହରାଇଥିଲେ | ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷ ରଣନୀତିକ ଭାଟଗିଦାରୀକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ଦ୍ୱିପାକ୍ଷିକ ସହଯୋଗ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ |