ଭାରତ ବିରୋଧୀ ଯୁଦ୍ଧରେ ସାମିଲ ଥିଲା ତୁର୍କୀ |

182

କଟକ(ଉତ୍କଳ ନିୟୁଜ ) ୧୫.୫.୨୦୨୫ : ପାକିସ୍ତାନ ବିରୋଧରେ ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରୁଥିବା ତୁର୍କୀର ଅସଲ ରୂପ ସାମ୍ମନାକୁ ଆସିଛି | ଭାରତ ସହ ସଂଘର୍ଷରେ ତୁର୍କୀ ପାକିସ୍ତାନକୁ କେବଳ ସମର୍ଥନ ଓ ଅସ୍ତ୍ର ସହାୟତା ଦେଇନଥିଲା ବରଂ ସିଧାସଳଖ ଭାରତ ବିରୋଧୀ ଲଢେଇରେ ସାମିଲ ହୋଇଥିଲା | ଅପରେସନ ସିନ୍ଦୂରରେ ତୁର୍କୀର ଦୁଇ ଜଣ ସାମରିକ କାର୍ଯ୍ୟକର୍ତ୍ତା ମଧ୍ୟ ନିହତ ହୋଇଛନ୍ତି | ସେମାନେ ଭାରତର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ହେଉଥିବା ଡ୍ରୋନ ଆକ୍ରମଣର ସଂଚାଳନ କରୁଥିଲେ |ତୁର୍କୀ ୩୫୦ରୁ ଅଧିକ ଦ୍ରୋଣ ଦ୍ୱାରା ଭାରତ ବିରୁଦ୍ଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ ଅପରେଟର ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ ଭାରତ ବିରୋଧୀ ଲଢେଇରେ ତୁର୍କୀ ଏଭଳି ପଦକ୍ଷପକୁ ଭାରତ ସରକାର ଗଭୀରତାର ସହ ନେଇଛନ୍ତି ଏବଂ ଆଗକୁ ତୁର୍କୀ ବିରୁଦ୍ଧରେ କଠୋର ପଦକ୍ଷପ ଗ୍ରହଣ କରାଯିବ ବୋଲି ଜଣାପଡିଛି |ମିଳିଥିବା ସୂଚନା ଅନୁଯାୟୀ ,ଅପରେସନ ସିନ୍ଦୂର ଅଧୀନରେ ପାକଁ ବିରୋଧୀ କାର୍ଯ୍ୟାନୁଷ୍ଠାନ ତୀବ୍ର ହେବାପରେ ତୁର୍କୀର ସାମରିକ କାର୍ଯ୍ୟକର୍ତ୍ତା ମାନେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ଭାରତ ଉପରେ ଡ୍ରୋନ ଆକ୍ରମଣରେ ସମନ୍ୱୟ କରିବାରେ ସାହାଯ୍ୟ କରିଥିଲେ | ପାକିସ୍ତାନ ଭାରତ ବିରୁଦ୍ଧରେ ଅତି ମାରାତ୍ମକ ଡ୍ରୋନ ବ୍ୟବହାର କରିଥିବା ସୂଚନା ମିଳିଛି |