ଶେଖ୍‌ ହସିନାଙ୍କ ବିରୋଧରେ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ମାମଲା ରୁଜୁ |

31

କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ବାଂଲାଦେଶରେ ଏକ ସ୍ବତନ୍ତ୍ର ଟ୍ରିବୁନାଲ ଗୁରୁବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଆଇସିଟି (ଇଣ୍ଟରନ୍ୟାସନାଲ କ୍ରାଇମ୍‌ସ ଟ୍ରିବୁନାଲ ଅଫ ବାଂଲାଦେଶ) ଆସନ୍ତା ଅଗଷ୍ଟ ୩ ତାରିଖରୁ ହସିନାଙ୍କ ବିରୋଧରେ ତାଙ୍କ ଅନୁପସ୍ଥିତିରେ ବିଚାରଣ ଆରମ୍ଭ କରିବେ। ଟ୍ରିବୁନାଲ ହାସିନା ଏବଂ ତାଙ୍କ ସମୟର ଗୃହ ମନ୍ତ୍ରୀ ଅସଦୁଜ୍‌ଜମାନ୍‌ ଖାନ କମଲ , ତତ୍କାଳୀନ ପୁଲିସ ଆଇଜି ଚୌଧୁରୀ ଅବଦୁଲ୍ଲା ଏଆଇ ମମୁନ୍‌ଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିଛନ୍ତି। ଆଇଟିସି ଖଣ୍ଡପୀଠ କହିଛନ୍ତି, ହସିନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଗତବର୍ଷ ଜୁଲାଇ-ଅଗଷ୍ଟ ଆନ୍ଦୋଳନ ସମୟ‌ରେ ଗଣହତ୍ୟା ଏବଂ ନିର୍ଯାତନା ସମେତ ୫ଟି ଅଭିଯୋଗ ରହିଛି। ହସିନା ଯଦି ଏହି ମାମଲାରେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।